ନୁଆଦିଲ୍ଲୀ (ଏଟିଆର ବ୍ୟୁରୋ); ଆସନ୍ତା ଡ଼ିସେମ୍ବର ମାସ ସୁଦ୍ଧା ଦେଶରେ ସମସ୍ତ ଲେଭଲ କ୍ରସିଂରେ କର୍ମଚାରୀ ନିଯୁକ୍ତ ହେବେ ବୋଲି ରେଳ ମନ୍ତ୍ରୀ ପିୟୁସ ଗୋୟଲ ସୂଚନା ଦେଇଛନ୍ତି ।
ବିଗତ ୬ ମାସ ମଧ୍ୟରେ କର୍ମଚାରୀ ବିହୀନ ଲେଭଲକ୍ରସିଂ ଯୋଗୁ ମାତ୍ର ୩ଟି ଦୁର୍ଘଟଣା ଘଟିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ଲେଭଲକ୍ରସିଂ ରେ କର୍ମଚାରୀ ନିଯୁକ୍ତି କରିବାପାଇଁ ନିର୍ଦେଶ ଦେଇଥିବା ସେ କହିଛନ୍ତି । ଗତ ୨୦୧୪ରୁ ୨୦୧୭ ମଧ୍ୟରେ ସରକାର ବାର୍ଷିକ ୧୧୦୦ ଲେଭଲକ୍ରସିଂରେ କର୍ମଚାରୀ ନିଯୁକ୍ତ କରିଛନ୍ତି ।
ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଦେଶର ପ୍ରାୟ ୫୦୦୦ କର୍ମଚାରୀ ବିହୀନ ଲେଭଲକ୍ରସିଂରେ କର୍ମଚାରୀ ନିଯୁକ୍ତ କରାଯାଇଥିବା ସେ କହିଛନ୍ତି ।