ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆସନ୍ତା ଫେବୃଆରୀ ୨୫ ତାରିଖରେ ଭାରତରେ Samsungର ନୂଆ ସ୍ମାର୍ଟଫୋନ Galaxy M31 ଲଞ୍ଚ ହେବାକୁ ଯାଉଛି ।
Samsungର ଏହି ସ୍ମାର୍ଟଫୋନଟି ଫେବୃଆରୀ ୨୫ ତାରିଖରୁ Samsungର ଅଫିସିଆଲ ୱେବସାଇଟ, ଆମାଜୋନ ଇଣ୍ଡିଆ ଓ ଅଫଲାଇନ ଷ୍ଟୋର ଗୁଡିକରେ ଉପଲବ୍ଧ ହେବ ।
Samsung Galaxy M31ରେ ୪ଟି ରିଅର କ୍ୟାମେରା ସହିତ ୬୪ ମେଗାପିକ୍ସେଲ କ୍ୟାମେରା ରିଜୋଲ୍ୟୁସନ, ରିଅର ପ୍ୟାନେଲରେ ଫିଙ୍ଗରପ୍ରିଣ୍ଟ ସେନ୍ସର ସହିତ ଫୁଲ ଏଚଡି ଡିସପ୍ଳେ ଇନଫିନିଟି ୟୁ କଟଆଉଟର ନୂଆ ଟେକ୍ନୋଲଜି ଏହି ସ୍ମାର୍ଟଫୋନରେ ମିଳିବ ।
Samsung Galaxy ର ଏହି ନୂଆ ସ୍ମାର୍ଟଫୋନ ଏହାର ପୁର୍ବ ମଡେଲ Samsung Galaxy M30 ର ସକ୍ସେସର ଅଟେ । ତେବେ ଏହି ସ୍ମାର୍ଟଫୋନଟି ୧୪୯୯୯ ଟଙ୍କାରେ ବଜାରରେ ଉପଲବ୍ଧ ହେବ ।