ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ୟାନ୍ କାର୍ଡ ଆବେଦନକାରୀଙ୍କ ପାଇଁ ଖୁସି ଖବର । ଏବେ ଆଉ୧୫ ଦିନ ଅପେକ୍ଷା କରିବାକୁ ପଡିବ ନାହିଁ । କେନ୍ଦ୍ରୀୟ ପ୍ରତ୍ୟେକ୍ଷ ବୋର୍ଡ (ସିବିଡିଟି) ଅନୁଯାୟୀ ଏବେ କର ବିଭାଗ କେବଳ ଚାରି ଘଣ୍ଟା ଭିତରେ ପ୍ୟାନ୍ ନମ୍ବର ଉପଲବ୍ଧ କରାଇବାକୁ ଯୋଜନା ଚଳାଇଛି ।
ସିବିଡିଟି ମୁତାବକ, ଖୁବ୍ କମ ସମୟ ଭିତରେ ପ୍ୟାନ୍ କାର୍ଡ ପାଇବାକୁ ହେଲେ କେବଳ ଆଧାର ନମ୍ବର ଦେବାକୁ ପଡିବ । ଏହାର ଚାରିଘଣ୍ଟା ଭିତରେ ଇ-ପ୍ୟାନ୍ ଉପଲବ୍ଧ ହୋଇଯିବ ।
ସିବିଡିଟିର ଅଧ୍ୟକ୍ଷ ସୁଶିଲ ଚନ୍ଦ୍ରାଙ୍କ କହିବାନୁଯାୟୀ, ‘ ଆମେ ଏକ ନୂତନ ନିୟମ ଜାରି କରିବାକୁ ଯାଉଛୁ । କିଛି ଦିନ ମଧ୍ୟରେ ଏହି ନୂତନ ନିୟମ ତଥା ଚାରି ଘଣ୍ଟାରେ ପ୍ୟାନ୍ ନମ୍ବର ମିଳିବା ସୁବିଧା ଆରମ୍ଭ କରିଦେବୁ । ସେଥିପାଇଁ କେବଳ ଆଧାର ନମ୍ବର ଦେବାକୁ ପଡିବ ଏବଂ ଏହାର ଚାରି ଘଣ୍ଟା ମଧ୍ୟରେ ଇ-ପ୍ୟାନ୍ ଉପଲବ୍ଧ ହୋଇଯିବ’ । ସେ ଆହୁରୀ ମଧ୍ୟ କହିଛନ୍ତି କି ଯେଉଁ ବ୍ୟକ୍ତି ଆୟକର ପୈଠ କରୁ ନାହାନ୍ତି ପାଖାପାଖି ଦୁଇ କୋଟି ଲୋକଙ୍କ ପାଖକୁ ମେସଜ୍ ପଠାଇ ଦିଆଯାଇଛି ।
ଦେଶରେ ଆୟକର ପୈଠ କରିବା ଲୋକଙ୍କ ସଂଖ୍ୟା ଗତ କିଛି ଦିନ ମଧ୍ୟରେ ବଢି ଯାଇଛି । ନିର୍ଦ୍ଧାରଣ ବର୍ଷ ୨୦୧୮-୧୯ ରେ ଏପର୍ଯ୍ୟନ୍ତ ଆୟକର ପୈଠ କରିବା ଲୋକଙ୍କ ସଂଖ୍ୟା ଗତବର୍ଷର ଏହି ଅବଧି ମୁକାବିଲାରେ ୫୦ ପ୍ରତିଶତ ବଢିଯାଇ ୬.୦୮ କୋଟିକୁ ପହଁଚିଛି । ଏହା କେବଳ ବିମୁଦ୍ରିକରଣର ପ୍ରଭାବ ବୋଲି ଖୋଦ୍ ସିବିଡିଟି ର ଚେୟାରମ୍ୟାନ କହିଛନ୍ତି । ବିମୁଦ୍ରିକରଣ ଦେଶରେ କର ଦାୟର ବଢାଇବାରେ ସଫଳ ହୋଇ ପାରିଛି । ଚଳିତ ବର୍ଷ ଏପର୍ଯ୍ୟନ୍ତ ପାଖାପାଖି ୬.୦୮ କୋଟି କର ମିଳି ସାରିଛି।