ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ପାଇଁ ଖୁସୀ ଖବର । ଖୁବ୍ ଶୀଘ୍ର ଲଞ୍ଚ ହୋଇପାରେ ଆଉ ଏକ ପ୍ଲାଟଫର୍ମ । ରିପୋର୍ଟ ମୁତାବକ, ଟେସ୍ଲା ଇଂକର ସିଇଓ ଏଲନ ମସ୍କ ଏକ ନୂତନ ସୋସିଆଲ ମିଡିଆ ପ୍ଲାଟଫର୍ମ ପ୍ରସ୍ତୁତ କରିବା ନେଇ ବିଚାର କରୁଛନ୍ତି । ଏନେଇ ସେ ଟ୍ୱିଟ ଜରିଆରେ ସଂକେତ ଦେଇଛନ୍ତି ।
ବାସ୍ତବରେ, ଟ୍ୱିଟରରେ ଜଣେ ଉପଭୋକ୍ତା ଏଲନ ମସ୍କଙ୍କୁ ପଚାରିଥିଲେ ଯେ ସେ ଏକ ଅଲଗା ସୋସିଆଲ ମିଡିଆ ପ୍ଲାଟଫର୍ମ ସୃଷ୍ଟି କରିବାକୁ ଚିନ୍ତା କରିବେ କି ଯେଉଁଠାରେ ଲୋକଙ୍କୁ କହିବା ଏବଂ ଲେଖିବାରେ ସ୍ୱାଧୀନତା ରହିବ, ଯେଉଁଠାରେ ବିଜ୍ଞାପନ ସର୍ବନିମ୍ନ ଥିବ । ଏନେଇ ମସ୍କ ଉତ୍ତର ଦେଇ କହିଛନ୍ତି କି ଅଭିବ୍ୟକ୍ତିଙ୍କ ସ୍ୱାଧୀନତାର ନୀତି ପାଳନ କରିବାରେ ବିଫଳ ହେଉଛି ଟ୍ୱିଟର ଏବଂ ଗଣତନ୍ତ୍ରକୁ କ୍ଷୁର୍ଣ୍ଣ କରୁଛି।
ଏହି ଟ୍ୱିଟର ଗୋଟେ ଦିନ ପୂର୍ବରୁ, ଏଲୋନ୍ ମସ୍କ ଏକ ଟ୍ୱିଟର ସର୍ଭେ କରିଥିଲେ ଯେଉଁଥିରେ ସେ ପଚାରିଥିଲେ ଯେ ଟ୍ୱିଟର ମୁକ୍ତ ବକ୍ତବ୍ୟର ନୀତି ପାଳନ କରୁଛି କି? ୭୦% ରୁ ଅଧିକ ଲୋକ ଏହି ସର୍ଭେରେ ‘ନା’ ବାଛିଛନ୍ତି । ସେ ମଧ୍ୟ ମତଦାନ ସମୟରେ କହିଥିଲେ ଯେ ଦୟାକରି ସାବଧାନତାର ସହ ଭୋଟ୍ ଦିଅନ୍ତୁ, କାରଣ ଏହି ନିର୍ବାଚନର ଫଳାଫଳ ଗୁରୁତ୍ୱପୂର୍ଣ୍ଣ ହେବ।