ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୟୁଜର୍ସଙ୍କ ସୁବିଧା ପାଇଁ ବିଭିନ୍ନ ଫିଚର୍ସ ଆଣିଥାଏ ହ୍ୱାଟ୍ସଆପ୍ । ଏବେ ମେଟା କମ୍ପାନୀ ହ୍ୱାଟ୍ସଆପ୍ ପାଇଁ ଅନେକ ନୂତନ ଫିଚର୍ସ ଉପରେ କାମ କରୁଛି । ଯାହାଦ୍ୱାରା ୟୁଜର୍ସଙ୍କ ଚାଟିଙ୍ଗ ଅନୁଭୁତି ଆହୁରି ଭଲ ହେବ । ଖୁବ୍ ଶୀଘ୍ର ହ୍ୱାଟ୍ସଆପ୍ ରେ ଏହି ଫିଚର୍ସ ଦେଖିବାକୁ ମିଳିପାରେ ।
ଏକ ନୂତନ ରିପୋର୍ଟ ମୁତାବକ, ହ୍ୱାଟ୍ସଆପ୍ ତାର ୟୁଜର୍ସଙ୍କ ପାଇଁ ମେସେଜ ଡିଲିଟ୍ କରିବାର ସମୟ ସୀମାରେ ପରିବର୍ତ୍ତନ କରିବାକୁ ଯାଉଛି । ବର୍ତ୍ତମାନ ହ୍ୱାଟ୍ସଆପ୍ ୧ ଘଣ୍ଟା ୮ ମିନିଟ୍ ଏବଂ ୧୬ ସେକେଣ୍ଡ ପର୍ଯ୍ୟନ୍ତ ପଠାଯାଇଥିବା ମେସେଜକୁ ଡିଲିଟ କରିବାର ଅପ୍ସନ ହେଉଛି । ୱାବେଟାଇଂଫୋ ଅନୁସାରେ କମ୍ପାନୀ ଏହାର ସମୟ ସୀମାକୁ ବଢାଇ ୭ ଦିନ ପର୍ଯ୍ୟନ୍ତ କରିପାରେ ।
ହ୍ୱାଟ୍ସଆପ ଖୁବ୍ ଶୀଘ୍ର ୟୁଜର୍ସଙ୍କୁ ପ୍ଲେବ୍ୟାକ ସ୍ପିଡ କଣ୍ଟ୍ରୋଲର ଫିଚର ଦେଇପାରେ । ଏହାଦ୍ୱାରା ୟୁଜର୍ସ ଅଡିଓ ମେସେଜ ବା ଭଏସ ନୋଟ୍ସର ପ୍ଲେବ୍ୟାକୁ ମଧ୍ୟ କଣ୍ଟ୍ରୋଲ କରିପାରେ ।
ଖୁବ୍ ଶୀଘ୍ର ହ୍ୱାଟ୍ସଆପରେ ସାମିଲ ହେବ ନୂତନ ଫିଚର । ଯାହାଦ୍ୱାରା କୌଣସି ସ୍ପେସିଫିକ ନମ୍ବରକୁ ନିଜର ପ୍ରୋଫାଇଲ ଫଟୋ, ଲାଷ୍ଟ ସିନ୍ ଏବଂ ଷ୍ଟାଟସକୁ ହାଇଡ କରି ପାରିବେ ।
ସେହିପରି ଏକ ଫଟୋ ଏଡିଟର ଆପ ଆଣିବା ଉପରେ ମଧ୍ୟ କାମ କରୁଛି ହ୍ୱାଟ୍ସଆପ । ଏହି ଫିଚରକୁ ନେଇ କମ୍ପାନୀ ଅଫିସିଆଲ ଭାବେ ଘୋଷଣା ମଧ୍ୟ କରି
ଦେଇଛି ।
ନିକଟକରେ କମ୍ପାନୀ ଏକ ଷ୍ଟିକର ମେକର ଟୁଲ ଜାରି କରିଥିଲା କିନ୍ତୁ ତାହା ହ୍ୱାଟ୍ସଆପ ୱେବ ଭର୍ସନ ପାଇଁ ଜାରି କରାଯାଇଥିଲା । ଏବେ ଶୁଣିବାକୁ ମିଳୁଛି କି ଏହ ଫିଚରକୁ ଏବେ ମୋବାଇଲ ଆପ୍ ପାଇଁ ମଧ୍ୟ ଜାରି କରାଯିବ ।