ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବର୍ତ୍ତମାନ ସମୟରେ ଭାରତୀୟ ନାଗରିକଙ୍କ ପାଇଁ ଆଧାରକାର୍ଡ ହେଉଛି ଏକ ଜରୁରୀ ଡକ୍ୟୁମେଣ୍ଟ । କାରଣ ପ୍ରତ୍ୟେକ କ୍ଷେତ୍ରରେ ଆଧାରକାର୍ଡର ଆବଶ୍ୟକତା ପଡୁଛି । ଏହାକୁ ଦୃଷ୍ଟିରେ ରଖି ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ଏମଆଧାର ଆପ୍ ର ଏକ ନୂତନ ଭର୍ସନ ଲଞ୍ଚ କରିଛି । ଏଥିରେ ଆପଣଙ୍କୁ ୩୫ ରୁ ଅଧିକ ନୂତନ ସୁବିଧାର ଲାଭ ମିଳିବ । କିନ୍ତୁ ଏଥିପାଇଁ ଆପଣଙ୍କୁ ପୁରୁଣା ଆପ୍ କୁ ଅନଇଂଷ୍ଟଲ କରି ନୂତନ ଆପ୍ ଡାଉନଲୋଡ କରିବାକୁ ହେବ । କାରଣ ଏହାର ଅପଡେଟ ଜାରି କରାଯାଇ ନାହିଁ ବରଂ ୟୁଆଇଡିଏଆଇ ଦ୍ୱାରା ସମ୍ପୂର୍ଣ୍ଣ ଆପ୍ କୁ ପରିବର୍ତ୍ତନ କରାଯାଇଛି ।
ୟୁଆଇଡିଏଆଇ ତାର ଏମଆଧାର ଆପ୍ ର ନୂତନ ଭର୍ସନକୁ ଆଣ୍ଡ୍ରୋଏଡ ଏବଂ ଆଇଓଏସ ଦୁଇଟି ପ୍ଲାଟଫର୍ମରେ ଉପଲବ୍ଧ କରିଛି । ଏଣିକି ଆପଣ ସହଜରେ ଡାଉନଲୋଡ କରି ବ୍ୟବହାର କରିପାରିବେ ।
– ଏମଆଧାର ଆପ୍ ରୁ ଏବେ ଆପଣ ଆଧାର କାର୍ଡ କପି ଡାଉନଲୋଡ କରିପାରିବେ ।
– ଅଫଲାଇନ ମୋଡରେ ଏଣିକି ଆପଣ ଆଧାରକୁ ଆକ୍ସେସ କରିପାରିବେ ।
– ଇିନା କୌଣସି ଡକ୍ୟୁମେଣ୍ଟ ସବମିଟ କରି ଅଧାରରେ ଆପଣଙ୍କ ଠିକଣା ଅପଡେଟ କରାଇ ପାରିବେ ।
– ଆପ୍ ରେ ଆପଣ ପରିବାରର ୫ ଜଣଙ୍କ ଆଧାର ସେଭ କରି ରଖି ପାରିବେ ।