ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏଲନ ମସ୍କ ଟ୍ୱିଟରର ନୂତନ ସିଇଓ ହେବା ପରେ ଗୋଟେ ପରେ ଗୋଟେ ପରିବର୍ତ୍ତନ କରୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କମ୍ପାନୀର ୫୦ ପ୍ରତିଶତ କର୍ମଚାରୀ ହ୍ରାସ କରି ସାରିଲେଣି । ଏହାସହିତ ଟ୍ୱିଟରରେ ନୂଆ ନୂଆ ଫିଚର୍ସ ମଧ୍ୟ ଯୋଡୁଛନ୍ତି । ସେହିପି ଏବେ ଯେଉଁମାନେ ଟ୍ୱିଟରେ ଭୁଲ ଏବଂ ପ୍ରଦାହଜନ ଟ୍ୱିଟ କରିବେ ସେମାନଙ୍କ ପାଇଁ ମସ୍କ ଭର୍ଚୁଆଲ ଜେଲ ଫିଚର୍ସ ଆଣିପାରନ୍ତି ବୋଲି କୁହାଯାଉଛି । ତେବେ ଆସନ୍ତୁ ଜାଣିବା ଏହି ଭର୍ଚୁଆଲ ଜେଲ କଣ
ବାସ୍ତବରେ ଜଣେ ୟୁଜର୍ସ ଏଲନ ମସ୍କଙ୍କୁ ଏହି ଭର୍ଚୁଆଲ ଜେଲର ଆଇଡିଆ ଦେଇଛନ୍ତି । ଯେଉଁଥିରେ ରାଜି ହୋଇଛନ୍ତି ମସ୍କ । ଯଦି ଜଣେ ଟ୍ୱିଟର ୟୁଜର୍ସ ଟ୍ୱିଟରର ନୀତି ଉଲ୍ଲଂଘନ କରନ୍ତି ତେବେ ତାଙ୍କ ପ୍ରୋଫାଇଲ ଫଟୋରେ ଜେଲର ଏକ ଆଇକନ ଲଗାଯିବ । ଯାହାପରେ ସେହି ୟୁଜର୍ସ କୌଣସି ଟ୍ୱିଟ କରିବାକୁ ସମର୍ଥ ହେବେ ନାହିଁ । ଏହାସହିତ ସେ କାହାରି ପୋଷ୍ଟକୁ ଲାଇକ ଏବଂ କମେଣ୍ଟ କରି ପାରିବେ ନାହିଁ । ଏହାସହିତ ଆକାଉଣ୍ଟକୁ ଜେଲ ରୁ କେବେ ମୁକ୍ତ କରାଯିବ ତାହା ମଧ୍ୟ କୁହାଯିବ ।
ଯଦି ଏଭଳି ଭର୍ଚୁଆଲ ଫିଚର୍ସ ଅଣାଯାଏ ତେବେ ଏଭଳି କରାଯିବ ।