ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହ୍ୱାଟ୍ସଆପ ତାର ୟୁଜର୍ସଙ୍କ ପାଇଁ ଆର୍କାଇଭ ଚାଟ୍ ନାମରେ ଏକ ଫିଚର ରୋଲଆଟ କରିଛି । ନୂତନ ଆର୍କାଇଭ ଚ୍ୟାଟ ସେଟିଙ୍ଗ୍ସର ଅର୍ଥ ହେଉଛି ଆର୍କାଇଭ କରାଯାଇଥିବା ଚ୍ୟାଟ ରେ ଯଦି କୌଣସି ନୂତନ ମେସେଜ ଆସେ ତେବେ ତାହା ଆର୍କାଇଭ ଚ୍ୟାଟ ଫୋଲ୍ଡରରେ ହିଁ ରହିବ । ତାହା ମେନ୍ ଚ୍ୟାଟ୍ ଲିଷ୍ଟ ଦେଖାଯିବ ନାହିଁ । ଯେପର୍ଯ୍ୟନ୍ତ କୌଣସି ୟୁଜର୍ସ ମ୍ୟାନୁଆଲ ରୂପେ କୌଣସି ମେସେଜକୁ ଅନଆର୍କାଇଭ ନ କରିଛନ୍ତି ସେପର୍ଯ୍ୟନ୍ତ ଚ୍ୟାଟ ଆର୍କାଇଭ ଫୋଲ୍ଡରରେ ହିଁ ରହିବ ।
ହ୍ୱାଟ୍ସଆପ ତାର ବୟାନରେ କହିଛି କି, ଅନେକ ୟୁଜର୍ସ ଦାବ କରୁଛନ୍ତି କି ନୂତନ ମେସେଜ ଆସିବା ଦ୍ୱାରା ଆର୍କାଇଭ ମେସେଜ ମେନ୍ ଚ୍ୟାଟ ଲିଷ୍ଟକୁ ଆସି ଯାଉଛି । କିନ୍ତୁ ତାହା ଆର୍କାଇଭ ଫୋଲ୍ଡରରେ ହିଁ ରହିବା ଉଚିତ୍ ।