ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ସାରା ଦୁନିଆରେ କୋଟିଏରୁ ଅଧିକ ହ୍ୱାଟ୍ସଆପ୍ ଗ୍ରାହକ ଅଛନ୍ତି । ଗ୍ରାହକଙ୍କ ସୁବିଧା ପାଇଁ ସବୁବେଳେ ହ୍ୱାଟ୍ସଆପ୍ କିଛି ନା କିଛି ଅପଡେଟ ଆଣିଥାଏ । ଏହି କ୍ରମରେ ଏବେ ହ୍ୱାଟ୍ସଆପ ଖୁବ୍ ଶୀଘ୍ର ତାର ଗ୍ରାହକଙ୍କ ପାଇଁ ନୂତନ ‘ଡୁ ନଟ୍ ଡଷ୍ଟ୍ରବ’ ଫିଚର ନେଇ ଆସୁଛି । ଏହି ଫିଚରକୁ ଅନ୍ କରିବା ପରେ ଗ୍ରାହକଙ୍କୁ ହ୍ୱାଟ୍ସଆପରେ ଆସିଥିବା କଲର ସୂଚନା ମିଳିବ ।
ୱାବେଟାଇନଫୋର ରିପୋର୍ଟ ଅନୁସାରେ, ହ୍ୱାଟ୍ସଆପ ଖୁବ୍ ଶୀଘ୍ର ଏକ ନୂତନ ଡୁ ନଟ୍ ଡିଷ୍ଟ୍ରବ ମିସ୍ଡ କଲ ଅଲର୍ଟ ଫିଚସ ନେଇ ଆସୁଛି । ଏହି ନୂତନ ଅପଡେଟ ପରେ ଆପଣଙ୍କୁ ହ୍ୱାଟ୍ସଆପ ରେ ଆସିଥିବା ମିସ୍ଡ କଲ ବିଷୟରେ ସୂଚନା ମିଳିବ ।
ସୂଚନାଯୋଗ୍ୟ, ହ୍ୱାଟ୍ସଆପ କଲ ବା ମିସ୍ଡ କଲ ର ସୂଚନା ଏବେ ବି ହ୍ୱାଟ୍ସଆପ ଚାଟ୍ ରେ ଆସୁଛି କିନ୍ତୁ ଏହି ନୂତନ ଅପଡେଟ ପରେ ‘ଡୁ ନଟ୍ ଡିଷ୍ଟ୍ରବ’ ର ଅଲର୍ଟ ନୂତନ ଭାବେ କାମ କରିବ । ଯାହାକୁ ଅନ କରିବା ପରେ ହ୍ୱାଟ୍ସଆପ ଆପଣଙ୍କୁ ଜଣାଇବ କି ଡୁ ନଟ୍ ଡିଷ୍ଟ୍ରବ ମୋଡ ଅନ୍ ହେବା ପରେ ଆପଣଙ୍କୁ ଏହି ମିସ୍ କଲ ଆସିଛି ।