ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜିକାଲି ପ୍ରତ୍ୟେକ ବ୍ୟକ୍ତି ଇଂଷ୍ଟାଣ୍ଟ ମେସେଜିଙ୍ଗ ଆପ୍ ହ୍ୱାଟ୍ସଆପ୍ ବ୍ୟବହାର କରୁଛନ୍ତି । ଦିନକୁ ଦିନ ହ୍ୱାଟ୍ସଆପ୍ ଗ୍ରାହକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାସହିତ ଆପ୍ ର ସାଇଜ୍ ବି ବଢୁଛି । ଆଜିକା ସମୟରେ ହ୍ୱାଟ୍ସଆପ୍ ରେ କୌଣସି ମେସେଜ୍ କୁ ଖୋଜିବା ବଡ ସମସ୍ୟା ହୋଇଯାଇଛି । ଏହାକୁ ଦୃଷ୍ଟିରେ ରଖି ହ୍ୱାଟ୍ସଆପ୍ ବହୁତ ଶୀଘ୍ର ଏକ ନୂତନ ଫିଚର ସାମିଲ ହେବାକୁ ଯାଉଛି । ଯାହା ଆପଣଙ୍କୁ ତାରିଖ ହିସାବରେ ମେସେଜ ଖୋଜିବାରେ ସହାୟକ ହେବ । ଏହି ଖାସ୍ ଫଚର ନାଁ ସର୍ଚ୍ଚ ବାଇ ଡେଟ ରଖାଯାଇଛି ।
wabetainfo ର ରିପୋର୍ଟ ମୁତାବକ, ଏହି ଫିଚର ବର୍ତ୍ତମାନ ଅଣ୍ଡର ଡେଭଲପମେଣ୍ଟରେ ରହିଛି ଏବଂ ଏହାକୁ ଜାରି କରିବା ପୂର୍ବରୁ କମ୍ପାନୀ ଏହାର ଟେଷ୍ଟିଂ କରୁଛି । ଏହି ଫିଚରକୁ ସର୍ବପ୍ରଥମେ ଆଇଫୋନ୍ ଗ୍ରାହକଙ୍କ ଉପଲବ୍ଧ କରାଯିବ । ଏହାପରେ ଆଣ୍ଡ୍ରୋଏଡ ଡିଭାଇସ ପାଇଁ ଉପଲବ୍ଧ କରାଯିବ ।
ହ୍ୱାଟ୍ସଆପ୍ରେ ସର୍ଚ୍ଚ ବାଇ ଡେଟ ଫିଚର ଜରିଆରେ ଆପଣ ତାରିଖ ହିସାବରେ ମେସେଜ ଖୋଜି ପାରିବେ । ଏହି ଫିଚର ଆସିବା ପରେ ଗ୍ରାହକଙ୍କୁ ଏକ କ୍ୟାଲେଣ୍ଡର ଆଇକନ୍ ଦେଖାଦେବ । ସେଠାରେ ନିଜ ହିସାବରେ ତାରିଖ ସିଲେକ୍ଟ କରି ମେସେଜ ଦେଖି ପାରିବେ ।