ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଯଦି ଆପଣ ହ୍ୱାଟ୍ସଆପ୍ ୱେବ ଭର୍ସନ ବ୍ୟବହାର କରୁଥିବେ ତେବେ ଏହା ଆପଣଙ୍କ ପାଇଁ ଜରୁରୀ ଖବର । ହ୍ୱାଟ୍ସଆପ ଏବେ ତାର ୱେବ ଭର୍ସନରେ ଫଟୋ ଏଡିଟିଙ୍ଗ ଟୁଲ ସାମିଲ କରିଛି । ଯାହାପରେ ଏପେ ଆପଣ ଆପଣଙ୍କ ଲାପଟପ୍ ବା ଡେସ୍କଟପ ଜରିଆରେ କୌଣସି ଫଟୋକୁ ପଠାଇବା ପୂର୍ବରୁ ତାକୁ ଏଡିଟ କରି ପାରିବେ । ବର୍ତ୍ତମାନ ଏହି ଅପଡେଟ କେବଳ କିଛି ୟୁଜର୍ସ ପାଇଁ ଜାରି କରାଯାଇଛି ।
ହ୍ୱାଟ୍ସସପ୍ ୱେବର ଏହି ନୂତନ ଅପଡେଟରେ ୟୁଜର୍ସଙ୍କୁ ଫଟୋ ଏଡିଟ କରିବା ବ୍ୟତିତ ଷ୍ଟିକର ଆଡ କରିବାର ଅପ୍ସନ ମଧ୍ୟ ଦିଆଯାଇଛି । କୌଣସି ଫଟୋକୁ ପଠାଇବା ପୂର୍ବରୁ ଆପଣ ତାକୁ କ୍ରପ କରିପାରିବେ କିମ୍ବା ସେଥିରେ ଟେକ୍ସଟ ମଧ୍ୟ କରିପାରିବେ । ଏହାବ୍ୟତିତ ଆପଣ ଇମୋଜି ଆଡ ମଧ୍ୟ କରି ପାରିବେ ।