ଭୁବନେଶ୍ୱର(ଏଟିଆର ବ୍ୟୁରୋ): WhatsApp ଖୁବ ଶୀଘ୍ର ନିଜ ୟୁଜର୍ସ ମାନଙ୍କୁ ନୂଆ ଅପଡେଟ ଦବାକୁ ଯାଉଛି । ତେବେ ଏହି ଖବରଟି ପୁରୁଣା ବର୍ଜନର ସ୍ମାର୍ଟଫୋନ ବ୍ୟବହାର କରୁଥିବା ଲୋକମାନଙ୍କ ପାଇଁ ନିହାତି ଭାବରେ ଚିନ୍ତାର ବିଷୟ ।
ପୁର୍ବରୁ ଗତ ବର୍ଷ WhatsApp ଏହି ବିଷୟରେ ସୁଚନା ଦେଇସାରିଛି । WhatsApp ର ସୁଚନା ଅନୁସାରେ ଆସନ୍ତା ଫେବୃଆରୀ ୧ରୁ ଆଇଓଏସ ୮ ଓ ଏହା ଠାରୁ କମ ବର୍ଜନ ଯୁକ୍ତ ସ୍ମାର୍ଟଫୋନରେ WhatsApp ଆଉ ସପୋର୍ଟ କରିବ ନାହିଁ ।
ଏଥିପାଇଁ ଲକ୍ଷ ଲକ୍ଷ ସ୍ମାର୍ଟଫୋନରେ WhatsApp ସେବା ବନ୍ଦ ହୋଇଯିବ । ସୁଚନା ଅନୁଯାଇ ୱିଣ୍ଡୋସ ଫୋନରେ ମଧ୍ୟ WhatsApp ବନ୍ଦ ହୋଇଯିବ । ସେପଟେ ଆଣ୍ଡ୍ରଏଡ୍ ୨.୩.୭ ବର୍ଜନ ରେ WhatsApp ନିଜର ସେବା ବନ୍ଦ କରିବାକୁ ଯାଉଛି ।
ଏହା ଫଳରେ କମ ବର୍ଜନ ଯୁକ୍ତ ସ୍ମାର୍ଟଫୋନରେ WhatsApp ବ୍ୟବହାରକାରୀ ଆଉ ନୂଆ ଆକାଉଣ୍ଟ ଖୋଲି ପାରିବେ ନାହିଁ ଏବଂ ଫୋନରେ ପୁର୍ବରୁ ଚାଲୁଥିବା WhatsApp ରେ ଭେରିଫିକେସନ ମଧ୍ୟ ହୋଇପାରିବ ନାହିଁ ।
ଏହି ସମସ୍ୟାର ସମାଧାନ ପାଇଁ WhatsApp ନିଜର ୟୁଜର୍ସ ମାନଙ୍କୁ ନିଜ ସ୍ମାର୍ଟଫୋନର ଅପରେଟିଙ୍ଗ ସିଷ୍ଟମ ଅପଗ୍ରେଡ କରାଇବାକୁ ପରାମର୍ଶ ଦେଇଛି ।