ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭିଡିଓ ଷ୍ଟ୍ରିମିଙ୍ଗ ପ୍ଲାଟଫର୍ମ ୟୁଟ୍ୟୁବ ବଡ ଘୋଷଣା କରି କହିଛି କି ଆଗାମୀ ସମୟରେ ଭିଡିଓ ଉପରେ କେତେ ଡିସଲାଇକ ହୋଇଛି ତାର ସଂଖ୍ୟା ଆଉ ଦେଖେଇବନି କମ୍ପାନୀ ।
ଏହାକୁ ନେଇ ୟୁଟ୍ୟୁବ କହିଛି କି, ଅନେକ ଥର ଲୋକେ କୌଣସି ଏକ ଭିଡିଓକୁ ବାରମ୍ବାର ଡିସଲାଇକ କରିଥାନ୍ତି । ଏହାକୁ ୟୁଟ୍ୟୁବ ଡିସଲାଇକ ଆଟାକ୍ କୁହାଯାଇଥାଏ । ଡିସଲାଇକ ସଂଖ୍ୟା ଏବେ ସାର୍ବଜନିକ ଭାବେ ଦୃଶ୍ୟମାନ ହେବ ନାହିଁ । ୟୁଜର୍ସ ଚାହିଁଲେ କୌଣସି ଭିଡିଓକୁ ଡିସଲାଇକ କରି ପାରିବେ କିନ୍ତୁ ଏହାକୁ କେବଳ କ୍ରିଏଟର୍ସ ତାର ୟୁଟ୍ୟୁବ ଷ୍ଟୁଡିଓରେ ଦେଖିପାରିବ ।
ଦୀର୍ଘଦିନ ଧରି ଏହାର ଟେଷ୍ଟି ଜାରି ରଖିଥିଲା ୟୁଟ୍ୟୁବ ଏବଂ ଏବେ ଏହାକୁ ଧୀରେ ଧୀରେ ଲାଇଭ କରାଯାଉଛି ।
ୟୁଟ୍ୟୁବ ଆହୁରି ମଧ୍ୟ କହିଛି କି, ଛୋଟ କ୍ରିଏଟର୍ସଙ୍କ ଡିସଲାଇକ ସଂଖ୍ୟା ସାର୍ବଜନିକ ହେବା ଦ୍ୱାରା ସମସ୍ୟା ଉପୁଜୁଛି । କାରଣ ବଡ କ୍ରିଏଟର୍ସମାନେ ସେମାନଙ୍କ ଭିଡିଓକୁ ବହୁତ ସଂଖ୍ୟାରେ ଡସଲାଇକ କରିଦିଅନ୍ତ । ଯାହାକୁ ଡିସଲାଇକ ଆଟାକ୍ ବୋଲି କୁହାଯାଏ ।