ତାଳଚେର(ଏଟିଆର ବ୍ୟୁରୋ): ଢ଼େଙ୍କାନାଳ ଜିଲ୍ଲା ତାଳଚେର ସହରଠାରୁ ୯ କିଲୋମିଟର ଦୂରରେ ଥିବା ସରାଙ୍ଗ ଗ୍ରାମରେ ଅନନ୍ତଶାୟୀ ବିଷ୍ଣୁଙ୍କ ପ୍ରତିମୂର୍ତ୍ତି ଅବସ୍ଥିତ । ଏହି ସ୍ଥାନରେ ହିନ୍ଦୁ ଧର୍ମର ମୁଖ୍ୟ ଦେବତା ବିଷ୍ଣୁ ଅନନ୍ତଶୟନ ବିଷ୍ଣୁ ନାମରେ ବେଶ ପ୍ରସିଦ୍ଧ । ସରାଙ୍ଗ ଗ୍ରାମ ଦେଇ ବୋହି ଯାଉଥିବା ବ୍ରାହ୍ମଣୀ ନଦୀ ଗର୍ଭରେ ଏହି ବିଷ୍ଣୁଙ୍କ ମୂର୍ତ୍ତି ରହିଛି ।
ଯେତେବେଳେ ବ୍ରାହ୍ମଣୀ ନଦୀର ଜଳସ୍ରେତା କମି ଯାଇଥାଏ, ସେତେବେଳେ ଭଗବାନ ବିଷ୍ଣୁଙ୍କର ଏହି ଶୟନ ମୂର୍ତ୍ତି ଦେଖିବାକୁ ମିଳିଥାଏ । ନବମ ଶତାଦ୍ଦୀର ଏହି ବିଷ୍ଣୁଙ୍କ ମୂର୍ତ୍ତିର ଲମ୍ବ ୫୧ ଫୁଟ ଏବଂ ଚଉଡା ୨୩ ଫୁଟ ।
ଭଗବାନ ବିଷ୍ଣୁଙ୍କର ଏହି ପ୍ରତିଛବି ପ୍ରକୃତିକ ଶିଳା ଖଣ୍ଡକୁ ଖୋଦନ କରାଯାଇ ପ୍ରସ୍ତୁତ କରାଯାଇଛି । ଏଥିରେ ବିଷ୍ଣୁଙ୍କର ଚାରୋଟି ହାତ ରହିଛି । ସେହି ଚାରୋଟି ହାତରେ ଶଙ୍ଖ, ଚକ୍ର, ଗଦା ଏବଂ ପଦ୍ମ ଧରିଛନ୍ତି । ଏବଂ ତାଙ୍କ ମୁଣ୍ଡକୁ ଅନନ୍ତ ସର୍ପ ଘେରି ରହିଛନ୍ତି ।
ଏହି ଛବିରେ ଏକ ତୀକ୍ଷଣ ଥୋଡ, ବିଶିଷ୍ଠ ନାକ ଏବଂ ମୁଣ୍ଡରେ ମୁକୁଟ ପିନ୍ଧିଥିବାର ଦେଖିବାକୁ ମିଳିଥାଏ । ଯାହାକୁ କିରୀଟମୁକୁଟ କୁହାଯାଏ । ଏବଂ ନାଭିରେ ପଦ୍ମ ଆକୃତିର ବ୍ରହ୍ମା ଧ୍ୟାନରେ ବସିଛନ୍ତି ।
ଏହା ଢ଼େଙ୍କାନାଳରୁ ୬୭ କିଲୋମିଟର ,ଅନୁଗୁଳରୁ ୨୩ କିଲୋମିଟର ଏବଂ ତାଳଚେରରୁ ୩ କିଲୋମିଟର ଦୂରତ୍ୱରେ ଅବସ୍ଥିତ । ଏହା ଏକ ସରକାରୀ ମାନ୍ୟତା ପର୍ଯ୍ୟଟନ ସ୍ଥଳୀ ।