ନୟାଗଡ (ଏଟିଆର ବ୍ୟୁରୋ): ନୟାଗଡ ସଦର ମହକୁମାଠାରୁ ୧୨ କିଲୋମିଟର ଦୂର ଶରଣକୁଳ ଭଣ୍ଡାର ପାହାଡ ପାଦ ଦେଶରେ ଲଡୁବାବାଙ୍କ ପୀଠ ଅବସ୍ଥିତ । ଏହା ପଞ୍ଚଦଶ ଶତାଦ୍ଧିର ଲଡୁବାବା ମନ୍ଦିର ନାମରେ ପ୍ରସିଦ୍ଧ । ଏଠାରେ ମହାପ୍ରଭୁ ଭୋଳାନାଥଙ୍କର ସ୍ୱୟମୁଭ ଛତ୍ରାକାର ଲିଙ୍ଗ ପୂଜା ପାଉଛନ୍ତି । ଲିଙ୍ଗର ଏକ ପାଶ୍ୱର୍ରେ ଚକ୍ର ଚିହ୍ନ ରହିଥିବା ବେଳେ ଅପର ପାଶ୍ୱର୍ରେ ଅର୍ଦ୍ଧଚନ୍ଦ୍ର ଚିହ୍ନ ରହିଛି । ସେହିପରି ଲିଙ୍ଗର ଗୋଟିଏ ପାଶ୍ୱର୍ରେ ତୁଳସୀ ଏବଂ ଅପର ପାଶ୍ୱର୍ରେ ବେଲପତ୍ର ଲାଗି କରାଯାଇଥାଏ ।
ଏଠାରେ ପ୍ରମୁଖ ଦେବତା ହରି (ବିଷ୍ଣୁ) ଏବଂ ହର (ଶିବ)ଙ୍କ ସଂଯୁକ୍ତ ରୂପ ପାଇଁ ବେଶ ଜଣା ଶୁଣା । ବିଶ୍ୱାସ ରହିଛି କି ବାବାଙ୍କୁ ଲାଗି ହେଉଥିବା ଚନ୍ଦନ ଦ୍ୱାରା ଲୋକମାନଙ୍କର ଅନେକ ରୋଗ ଦୂର ହୋଇଥାଏ । ଏହି ମନ୍ଦିରର ମୁଖ୍ୟ ପର୍ବ ଭୁବନେଶ୍ୱରରେ ଥିବା ଲିଙ୍ଗରାଜ ମନ୍ଦିରର ପର୍ବ ସହ ସମାନ ।
ଓଡିଶାରେ ଥିବା ବିଭିନ୍ନ ଶୈବ କ୍ଷେତ୍ର ମଧ୍ୟରୁ ଏହା ହେଉଛି ଏକ ପ୍ରମୁଖ ଶୈବ କ୍ଷେତ୍ର । ମହାଶିବ ରାତ୍ରି ଅବସରରେ ସାରା ଓଡିଶାରୁ ତୀର୍ଥଯାତ୍ରୀ ମାନେ ଲଡୁବାବାଙ୍କ ପୀଠକୁ ଆସିଥାନ୍ତି ।