ଭୁୁବନେଶ୍ୱର,(ଏଟିଆରବ୍ୟୁରୋ): ହାତରୁ ମେହେନ୍ଦି ଶୁଖିନି କି’ ଗୋଡରୁ ଛାଡିନି ଅଳତାର ରଙ୍ଗ । ହେଲେ ଲିଭିଗଲା ମଥାରୁ ସିନ୍ଦୁର । ଗିଫ୍ଟ ପ୍ୟାକେଟ ହିଁ ସବୁ କିଛି ଛାରଖାର କରିଦେଲା । କେହିି କିଛ ଭାବିବା ପୂର୍ବରୁ ମାଡି ବସିଲା ମୃତ୍ୟୁ । ବିଷ୍ଫାରଣରେ ବର ଓ ଏବଂ ଜେଜେ ମାଙ୍କ ମୃତ୍ୟୁ ହେଲା । କାନ୍ଥ ଫାଟିବା ଓ ମାର୍ବଲ ଛିନଛତର ହୋଇଯିବା ଦୃଶ୍ୟ ହିଁ ବୟାନ କରୁଛି ବିଷ୍ଫୋରଣ ଭୟାବହତା ।
ଶୁକ୍ରବାର ଏମିତି ଏକ ଦୁଃଖଦ ଘଟଣା ବଲାଙ୍ଗିରରେ ଘଟିଥିବା ବେଳେ ଏହି ଘଟଣାକୁ ନେଇ ଏବେ ପୂରା ଓଡିଶା ସ୍ତବ୍ଧ । ଯିଏ ଶୁଣୁଛି ତା’ ପାଟିରୁ ଆହା ପଦେ ବାହାରି ଆସୁଛି । ମୃତ୍ୟୁ ଏମିତି ବି ଆସେ ଭାବିଲେ ଛାତି ଥରି ଉଠୁଛି । କିଏ ସେହି ନୃସଂସ? କାହିଁକି ଭିଆଇଲା ଏପରି ଏକ ଜଘନ୍ୟ କାଣ୍ଡ? ବର୍ତମାନ ଏହି ପ୍ରଶ୍ନ ସମସ୍ତଙ୍କ ମନରେ? ପୁଲିସ ବି ଘଟଣାର ଖୋଳତାଡ କରୁଛି । ଏ ହେଉଛି ବଲାଙ୍ଗିର ଜିଲ୍ଲାରେ ଘଟିଥିବା ବିଷ୍ଫୋରକ ଘଟଣା । ୧୮ ତାରିଖରେ ବାହା ହୋଇଥିଲେ ରିନା । ବ୍ରହ୍ମପଡ଼ାର ସୌମ୍ୟଙ୍କ ସହ ବିବାହ କରିଥିବା ରିନାଙ୍କର ୨୦ତାରିଖରେ ରିସେପସନ ଥିଲା ।
ବାସ ଏହି ରିସେପସନରେ ମିଳିଥିଲା ଗିଫ୍ଟ ପ୍ୟାକେଟ । ଯାହା ତାଙ୍କ ଲାଗି କାଳ ହୋଇଛି । କେହି କିଛି ବୁଝିବା ପୂର୍ବରୁ ଲିଭିଯାଇଛି ୨ଟି ଜୀବନ । ଏବେ ମୃତ୍ୟୁସହ ଲଢ଼େଇ କରୁଛନ୍ତି ରିନା । ଅବସ୍ଥା ଗୁରୁତର ରହିଛି । ପୁଲିସ ରିପୋର୍ଟ ଅନୁସାରେ, ବାହାଘରେ ମିଳିଥିବା ଗିଫ୍ଟ ସବୁ ଖୋଲାଯାଉଥିଲା । ନବବିହାହିତା ଦମ୍ପତିଙ୍କ ସହ ବସି ଜେଜେମା ବେଶ ଖୁସିରେ ଗିଫ୍ଟ ଖୋଲିବାକୁ ବସିଗଲେ । ବାସ ପ୍ୟାକେଟ୍ ଖୋଲୁଖୋଲୁ ଘଟିଲା ଅଘଟଣ ।
ପ୍ରଚଣ୍ଡ ଶବ୍ଦରେ ଥରି ଉଠିଲା ପୂରା ଅଂଚଳ । ଆଖପାଖ ଲୋକଙ୍କ କାନ ବି ତାବଦା ହୋଇଗଲା । କାନ୍ଥ ଫାଟିଗଲା ଆଉ ରୋଷେଇ ଘର ମାର୍ବଲ ତ’ ଛିନଛତର ହୋଇଗଲା । ବାସ ଏହାପରେ ସବୁ କିଛି ଶେଷ । ରକ୍ତ ଜୁଡୁବୁଡୁ ହୋଇ ତଳେ ପଡିଥିଲା ମୃତଦେହ । ରିନାଙ୍କୁ ବାଦ ଦେଲେ ସ୍ୱାମୀ ସୌମ୍ୟ ଓ ତାଙ୍କ ଜେଜେ ମା’ ଘଟଣାସ୍ଥଳରେ ଆଖି ବୁଜିଲେ । ରିନା ଏବେ ମେଡିକାଲରେ ଶୁକୁଶୁକୁ ହେଉଛନ୍ତି ।
ଏଠି ପ୍ରଶ୍ନ ଏତେବଡ଼ ବିଷ୍ଫୋରକ ଗିଫ୍ଟ ପ୍ୟାକେଟରେ ଆସିଲା କେମିତି? କିଏ ରଚିଲା ଏପରି ତାଣ୍ଡବ? କ’ଣ ତାର ଉଦ୍ଦେଶ୍ୟ? ଏମିତି ଅସିମିତ ପ୍ରଶ୍ନର ଉତର ଖୋଜା ଚାଲିଛି ।
Mukesh agarwal
As there is nothing To predict about this mysterious accident, i personally presume the incident as outcome of a unsuccessful love affair.
Parents must understand the previous affairs of their son or doughter before engaging them to marriage knot.
The incident is really measrable and the guilty is to be traced out and should be hanged till death.
ଲକ୍ଷ୍ମୀ ମୂର୍ତ୍ତି ପାଇଁ ହେଲା ମାଟି ଅନୁକୁଳ
wonderfull