ଖଲ୍ଲିକୋଟ (ଏଟିଆର ବ୍ୟୁରୋ): ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ଏହି ବର୍ଷା ଯୋଗୁଁ ଗୋପାଳପୁର ଓ ଛତ୍ରପୁର ବ୍ଲକକୁ ସଂଯୋଗ କରୁଥିବା ଏକ ଅସ୍ଥାୟୀ ରାସ୍ତା ସଂପୂର୍ଣ୍ଣ ଭାବେ ଧୋଇ ହୋଇଯାଇଛି। ରାସ୍ତା ଉପରେ ଏବେ ୩ ଫୁଟର ପାଣି ପ୍ରବାହିତ ହେଉଛି । ଯାହାଫଳରେ କି ୨ଟି ବ୍ଲକର ୧୮ରୁ ଅଧିକ ଗ୍ରାମବାସୀ ବିପଦ ସଂକୁଳ ପରିସ୍ଥିତିରେ ଯାତାୟତ କରୁଥନ୍ତି । ଲୋକଙ୍କ ଯିବା ଆସିବା ପାଇଁ ଏକ ଅସ୍ଥାୟୀ ରାସ୍ତାର ନିର୍ମାଣ କରାଯାଇଥିଲା । ୨୦୧୮ରେ ନାରାୟଣପୁର ଓ ଆର୍ୟ୍ୟପଲ୍ଲୀକୁ ସଂଯୋଗ ନିମନ୍ତେ ୧୫୪୩.୭୨ ଲକ୍ଷ ଅର୍ଥ ବ୍ୟୟରେ ୨ଟି ସେତୁ ନିର୍ମ।ଣ କାମ ଜାରି ରହିଛି । ଏହିକାମ ଲକ୍ଡାଉନ ପାଇଁ ବନ୍ଦ ରହିଥିବା ନରାୟଣପୁର ସରପଂଚ କହିଥିଲେ । କିନ୍ତୁ ବର୍ତମାନ ଲଗାଣ ବର୍ଷା ଲାଗି ଅସ୍ଥାୟୀ ରାସ୍ତାଟି ଧୋଇଯାଇଛି । ଏହାସହିତ ୩ ଫୁଟ ଉପରେ ପାଣି ପ୍ରବାହିତ ହେଉଛି ।ଏହି ରାସ୍ତା ଦେଇ ଦୈନ ଦିନ ହରିପୁର, ଉପୁଲାପୁଟି, କାଳିପଲ୍ଲୀ, ନାରାୟଣପୁର ସମେତ ବହୁ ଗାଁର ଲୋକ ନିର୍ଭର କରିଥାନ୍ତି । ବର୍ତମାନ ଉକ୍ତ ରାସ୍ତାଟି ବିପଦ ଶଙ୍କୁଳ ରହିବା ସତ୍ତ୍ୱେ ନିଜ ଜୀବନକୁ ବାଜି ଲଗାଇ ଯିବାଆସିବା କରୁଛନ୍ତି । ତେବେ ଅସୁବିଧା ଉପୁଜୁଥିବାରୁ ବ୍ରିଜ କାମ ଜଲଦି ସାରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
JUST IN
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଭବାନୀପାଟଣା | 26 Apr 2024
-
ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ଶେଷ ଦିନ | 25 Apr 2024
-
ସକାଳ ସାଢେ ୮ ସୁଦ୍ଧା ୩୬ ଡିଗ୍ରୀ ଛୁଇଁଲା ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଅନୁଗୁଳ | 25 Apr 2024