ଏଟିଆର ବ୍ୟୁରୋ: ହିଞ୍ଜିଳି ବିଧାନସଭା ଆସନ ପାଇଁ ଆସନ୍ତା ୩୦ ତାରିଖରେ ନାମାଙ୍କନ ଭରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ମା ତାରିଣୀଙ୍କୁ ଦର୍ଶନ କରିବା ପରେ ଛତ୍ରପୁର ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିବେ ।
ମୁଖ୍ୟମନ୍ତ୍ରୀଙ୍କ ଏହି ନାମାଙ୍କନ ଦାଖଲ କାର୍ଯ୍ୟକ୍ରମରେ ବହୁ ବିଜେଡି ନେତା ଓ କର୍ମୀ ସାମିଲ ହେବେ ।