ଭୁବନେଶ୍ୱର (ଏଟିଆର ବ୍ୟୁରୋ): କଲବଲ କରୁଛି ଗ୍ରୀଷ୍ମ ପ୍ରବାହ । ଆକାଶରୁ ବର୍ଷୁଛି ନିଆଁ । ସକାଳୁ ଘରୁ ପାଦ କାଢିବାକୁ ଲାଗୁଛି ଡର । ଦିନ ସାଢେ ୮ ଟା ସୁଦ୍ଧା ରେକର୍ଡ ହୋଇଥିବା ତାପମାତ୍ରା ଅନୁଯାୟୀ ୩୬ ଡିଗ୍ରୀ ଛୁଇଁଛି ବାରିପଦା । ଯାହା ସବୁଠୁ ଉତ୍ତପ୍ତ ସହର ପାଲଟିଛି ।
ରିପୋର୍ଟ ମୁତାବକ, ବାରିପଦା ୩୬, ବାଲେଶ୍ୱର ୩୬, ମାଲକାନଗିରି ୩୫, କେନ୍ଦୁଝର ୩୫, ଭବାନୀପାଟନା ୩୪.୪, ଭୁବନେଶ୍ୱର ୩୩.୮ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ୩୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୧୧ ସହର ।