ଭୁବନେଶ୍ୱର ( ଏଟିଆର ବ୍ୟୁରୋ) : କେରଳ ଛୁଇଁଲା ମୌସୁମୀ । ଗତଥର ଅପେକ୍ଷା ଏଥର ୮ ଦିନ ବିଳମ୍ବରେ ମୌସୁମୀ ବାୟୁ କେରଳ ଛୁଇଁଛି । ଯାହାର ପ୍ରଭାବରେ କେରଳରେ ଝିପିଝିପି ବର୍ଷା ହେବା ଆରମ୍ଭ ହୋଇଯାଇଛି । ଭାରତୀୟ ପାଣପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟଞ୍ଜୟ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି । ମୌସୁମୀ ବାୟୁୁ ପ୍ରବେଶ ଅବସରରେ କେରଳରେ ଅଧିକ ବର୍ଷା ହେବା ଆଶଙ୍କା ରହିଥିବାରୁ ଆସନ୍ତା ୯ ଓ ୧୦ ତାରିଖ ପାଇଁ ରାଜ୍ୟରେ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣି ଜାରି ହୋଇଛି ।
ସାରା ଦେଶରେ ମୌସୁମୀ ବାୟୁ ସକ୍ରୀୟ ହେବାକୁ ଆଉ ଗୋଟିଏ ସପ୍ତାହ ଲାଗିବ ବୋଲି ଆକଳନ କରାଯାଇଛି । ସେହଭଳି ରଜ ପରେ ଓଡିଶାକୁ ମୌସୁମୀ ବାୟୁ ଛୁଇଁବ ବୋଲି ଆଶଙ୍କା କରାଯାଉଛି । ମହାରାଷ୍ଟ୍ର , ବିହାର ଓ ରାଜସ୍ଥାନରେ ଆହୁରି ଗୋଟେ ସପ୍ତାହ ଗ୍ରୀଷ୍ମ ପ୍ରଭାହ ଲାଗି ରହିବ ବୋଲି ଜଣାପଡିଛି ।
ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣି ଝଡ ପ୍ରଭାବରେ ରାଜ୍ୟରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ପାଗ କୋହଲା ରହିବା ସହିତ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ସେହିଭଳି ଆଗାମୀ ଗୋଟିଏ ସପ୍ତାହ ମଧ୍ୟରେ ଖରାରେ ମଧ୍ୟ ସେମିତି କିଛି ବଡ ଧରଣର ପରିବର୍ତ୍ତନ ହେବାର ଆଶା କରାଯାଉ ନାହିଁ । ଦୁଇଦିନ ପରେ ଖରା ପୂର୍ବଭଳି ୪୦ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।