ଭୁବନେଶ୍ୱର (ଏଟିଆର ବ୍ୟୁରୋ): କଲବଲ କରୁଛି ଗ୍ରୀଷ୍ମ ପ୍ରବାହ । ସକାଳୁ ଘରୁ ପାଦ କାଢିବାକୁ ଲାଗୁଛି ଡର । ଦିନ ସାଢେ ୮ ଟା ସୁଦ୍ଧା ରେକର୍ଡ ହୋଇଥିବା ତାପମାତ୍ରା ଅନୁଯାୟୀ ୩୬ ଡିଗ୍ରୀ ଛୁଇଁଛି ଅନୁୁଗୁଳ । ଯାହା ସବୁଠୁ ଉତ୍ତପ୍ତ ସହର ପାଲଟିଛି ।
ରିପୋର୍ଟ ମୁତାବକ, ଅନୁଗୁଳ ୩୬, ତାଳଚେର ୩୫.୨, ବାରିପଦା ୩୫, ଭବାନୀପାଟଣା ୩୫, କେନ୍ଦୁଝର ୩୪.୮, କଟକ ୩୪.୬, ଝାରସୁଗୁଡା ୩୨.୨, ଭୁବନେଶ୍ୱର ୩୩.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।