ଭୁବନେଶ୍ୱର (ଏଟିଆର ବ୍ୟୁରୋ): କ୍ୟାଲସିୟମ କେବଳ ଶରୀରର ହାଡ ପାଇଁ ଲାଭଦାୟକ ହୋଇନଥାଏ, ବରଂ ଏହା ଶରୀରର ଅନ୍ୟ କାର୍ଯ୍ୟର ସଂଚାଳନ ପାଇଁ ଆବଶ୍ୟକତା ଥାଏ । ସେଥିପାଇଁ ଶରୀରରେ କ୍ୟାଲସିୟମ ପ୍ରଯ୍ୟାପ୍ତ ମାତ୍ରାରେ ରହିବା ଜରୁରୀ । ଯଦି ଆପଣଙ୍କର ଶରୀରରେ କ୍ୟାଲସିୟମର ଅଭାବ ଅଛି, ତେବେ କିଛି ଉପାୟ ଅବଲମ୍ବନ କରି ଆପଣ ଏହାର ଅଭାବ ଦୂର କରିପାରିବେ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ..
ସକାଳୁ ଉଠି ସୂର୍ଯ୍ୟାଲୋକରେ ବସନ୍ତୁ । ଏଭଳି କରିବା ଦ୍ୱାରା ଭିଟାମିନ୍-ଡି ର ଅଭାବ ପୂରଣ ହୋଇଥାଏ । ଭିଟାମିନ୍-ଡି କ୍ୟାଲସିୟମର ଅବଶୋଷଣ ପାଇଁ ଉପଯୋଗୀ ହୋଇଥାଏ । ଏହାସହିତ ରକ୍ତରେ କ୍ୟାଲସିୟମର ମାତ୍ରା ନିୟନ୍ତ୍ରଣ ରଖିଥାଏ । ନିୟମିତ ବଡି ଭୋର ଖରାରେ ୧୫ ମିନିଟ୍ ବସିବା ଦ୍ୱାରା ଶରୀରକୁ ଭରପୁର ମାତ୍ରାରେ କ୍ୟାଲସିୟମ ମିଳିଥାଏ ।
ଅନ୍ୟପଟରେ ଆପଣ ଖାଦ୍ୟ ପରିବର୍ତ୍ତନ ଜରିଆରେ ମଧ୍ୟ କ୍ୟାଲସିୟମର ଅଭାବ ପୂରଣ କରିପାରିବେ । ସେଥିପାଇଁ ଆପଣ ଭୋଜନରେ କ୍ୟାଲସିୟମ ଯୁକ୍ତ ଖାଦ୍ୟ ପଦାର୍ଥ ଯେପରିକି ଅଣ୍ଡା, ଚିଜ୍, ପନିର, ଦହି ଏବଂ ସବୁଜ ପନିପରିବା ସାମିଲ କରନ୍ତୁ ।
ଆପଣମାନେ ଜାଣିକି ଆଶ୍ଚର୍ଯ୍ୟ ହେବେ ଯେ ଅଧିକ ମାତ୍ରାରେ ଲୁଣ ଖାଇବା ଦ୍ୱାରା ଶରୀରରେ କ୍ୟାଲସିୟମ ଅଭାବ ହୋଇଥାଏ । ଲୁଣ ଶରୀରକୁ ପ୍ରଯ୍ୟାପ୍ତ ମାତ୍ରାରେ କ୍ୟାଲସିୟମ ଅବଶୋଷିତ କରିବାକୁ ଦେଇନଥାଏ । ଯାହାଫଳରେ ଶରୀରରେ କ୍ୟାଲସିୟମର ଅଭାବ ଦେଖାଦେଇଥାଏ । ସେଥିପାଇଁ ସୀମିତ ମାତ୍ରାରେ ଲୁଣ ଖାଇବା ଆବଶ୍ୟକ ।