ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; କଂଗ୍ରେସରେ ଯୋଗଦେଲେ ଶୁଭଶ୍ରୀ ଓରଫ ମିଲି ପଣ୍ଡା । ନକ୍ସଲ ନେତା ସବ୍ୟସାଚୀ ପଣ୍ଡାଙ୍କ ପତ୍ନୀ ମିଲି ପଣ୍ଡା ଗତକାଲି କଂଗ୍ରେସରେ ଯୋଗଦେଇଛନ୍ତି । ନିଜ ସମର୍ଥକଙ୍କ ସହ ଭୁବନେଶ୍ୱର ସ୍ଥିତ ମାଷ୍ଟର କ୍ୟାଣ୍ଟିନ ଛକରୁ ଏକ ବିଶାଳ ରାଲି କରି କଂଗ୍ରେସ ଭବନରେ ପହଞ୍ଚିଥିଲେ ମିଲି । କଂଗ୍ରେସ ଭବନରେ ଉପସ୍ଥିତ ଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂ ଙ୍କ ଉପସ୍ଥିତି ରେ ମିଲି ପଣ୍ଡା ଦଳରେ ଯୋଗଦାନ କରିଥିଲେ । ସେପଟେ ପୁର୍ବରୁ ମିଲି ପଣ୍ଡା ୨୦୧୪ ନିର୍ବାଚନରେ ଆମ ଓଡିଶା ଦଳ ପକ୍ଷରୁ ବିଧାୟକ ପ୍ରାଥୀ ଭାବେ ଛିଡା ହୋଇଥିଲେ । ତେବେ ବର୍ତ୍ତମାନ ପରିସ୍ଥିତିରେ ଆମ ଓଡିଶା ଦଳର ସିଧାସଳଖ ସମ୍ପୃକ୍ତି ବିଜୁ ଜନତା ଦଳ ସହ ଥିବା ଯୋଗୁ ମିଲି ପଣ୍ଡା କଂଗ୍ରେସ ଯୋଗଦାନ କରିଥିବା ଜଣା ପଡିଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024