ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଆଜିକାଲି ସୋସିଆଲ ମିଡିଆରେ ଖୁବ୍ ଛାଇ ଯାଇଛନ୍ତି । ସେ ସବୁବେଳେ ତାଙ୍କର କିଛି ନା କିଛି ଫଟୋ ସୋସିଆଲ ମିଡିଆରେ ଛାଡିଥାନ୍ତି । ଏବଂ ୟୁଜର୍ସମାନେ ତାଙ୍କ ଫଟୋକୁ ଖୁବ୍ ପସନ୍ଦ କରିଥାନ୍ତି ।
ନିକଟରେ ସୋସିଆଲ ମିଡିଆରେ କ୍ୟାଟ୍ରିନାଙ୍କର ଏଭଳି ଏକ ଫଟୋ ଦେଖିବାକୁ ମିଳିଛି । ଯେଉଁଥିରେ ସେ ଗ୍ଲୋଡ ଜୁଏଲାରୀ ପିନ୍ଧି କୌଣସି ଅପ୍ସରା ଠାରୁ କମ୍ ଲାଗୁ ନାହନ୍ତି । ତାଙ୍କର ଏହି ଫଟୋଟି ଏକ ଫଟୋ ସୁଟ୍ ର ବୋଲି ଜାଣିବାକୁ ମିଳିଛି ।
ଏଥିରେ କ୍ୟାଟ୍ରିନା ଭାରି ଭରକମର ଜୁଏଲାରୀ ପିନ୍ଧିବା ସହିତ ପିଚ୍ ରଙ୍ଗର ଶାଢ଼ୀ ପିନ୍ଧିଛନ୍ତି । ଏହାବ୍ୟତୀତ କ୍ୟାଟଙ୍କୁ କଳା ରଙ୍ଗର ଶାଢ଼ୀରେ ମଧ୍ୟ ଦେଖିବାକୁ ମିଳିଛି ।
କ୍ୟାଟ୍ରିନା ଖୁବ୍ ଶୀଘ୍ର ଫିଲ୍ମ ‘ଜିରୋ’ରେ ଶାହରୁଖ ଏବଂ ଅନୁଷ୍କାଙ୍କ ସହିତ ନଜର ଆସିବେ । ଏହାଛଡା ଫିଲ୍ମ ‘ଠଗସ୍ ଅଫ୍ ହନ୍ଦୁସ୍ତାନ’ରେ ଆମିର ଖାନ୍ ଏବଂ ଅମିତାଭ ବଚ୍ଚନଙ୍କ ସହିତ ତାଙ୍କୁ ଦେଖିବାକୁ ପାଇବେ ଦର୍ଶକ ।