ମୁମ୍ବାଇ (ଏଟିଆର ବ୍ୟୁରୋ): ସୋନି ଟିଭିରେ ପ୍ରସାରିତ ହେଉଥିବା ରିଆଲିଟି ଶୋ ‘ଇଣ୍ଡିଆନ୍ ଆଇଡଲ୍-୧୪’ ର ଟାଇଟେଲ ହାତେଇଛନ୍ତି କାନପୁରର ବୈଭବ ଗୁପ୍ତା । ସମସ୍ତଙ୍କୁ ପଛରେ ପକାଇ ନିଜ ସ୍ୱରର ଯାଦୁରେ ବିଜେତା ହୋଇଛନ୍ତି ବୈଭବ । ତାଙ୍କୁ ଶୋ’ର ଟ୍ରଫି ସହିତ ୨୫ ଲକ୍ଷ ଟଙ୍କା ଓ କାର ପ୍ରଦାନ କରାଯାଇଛି ।
ସେହିପରି ଶୁଭଦୀପ ଦାସ ଚୌଧୁରୀ ପ୍ରଥମ ଓ ପୀୟୁଷ ପନୱାରଙ୍କୁ ଦ୍ୱିତୀୟ ରନର୍ସଅପ୍ ଘୋଷଣା କରାଯାଇ ୫ ଲକ୍ଷ ଟଙ୍କା ଲେଖାଁଏ ଏବଂ ତୃତୀୟ ରନର୍ସଅପଙ୍କୁ ୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।
ଶ୍ରେୟା ଘୋଷାଲ, ବିଶାଲ ଦାଦଲାନି, କୁମାର ଶାନୁଙ୍କ ଦ୍ୱାରା ଆୟୋଜିତ ଲୋକପ୍ରିୟ ରିଆଲିଟି ଶୋ’ ହେଉଛି ଇଣ୍ଡିଆନ୍ ଆଇଡଲ ୧୪’ ।