ଭୁବନେଶ୍ୱର (ଏଟିଆର ବ୍ୟୁରୋ): କଲବଲ କରୁଛି ଗ୍ରୀଷ୍ମ ପ୍ରବାହ । ସକାଳୁ ଘରୁ ପାଦ କାଢିବାକୁ ଲାଗୁଛି ଡର । ଦିନ ସାଢେ ୮ ଟା ସୁଦ୍ଧା ରେକର୍ଡ ହୋଇଥିବା ତାପମାତ୍ରା ଅନୁଯାୟୀ ୩୬ ଡିଗ୍ରୀ ଛୁଇଁଛି ତାଳଚେର । ଯାହା ସବୁଠୁ ଉତ୍ତପ୍ତ ସହର ପାଲଟିଛି ।
ରିପୋର୍ଟ ମୁତାବକ, ତାଳଚେର ୩୬, ଅନୁୁଗୁଳ ୩୫, ବାଲେଶ୍ୱର ୩୫, ଭୁବନେଶ୍ୱର ୩୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ସେପଟେ ଆଗାକୁ ଆହୁରି ଅସହ୍ୟ ହେବ ତାତି । ବୃଦ୍ଧି ପାଇବ ଦିନ ତାପମାତ୍ରା ।