ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):ଜୋରସୋରରେ ଚାଲିଛି ଆଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ । ଆସନ୍ତା ଜାନୁଆରୀ ୨୨ ରେ ପ୍ରତିଷ୍ଠା ହେବ ଅଯୋଧ୍ୟାରେ ପ୍ରଭୁ ରାମଙ୍କ ଭବ୍ୟ ମନ୍ଦିର । ଏହାପୂର୍ବରେ ଉତ୍ତରପ୍ରଦେଶ ସରକାର ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି ସ୍ୱତନ୍ତ୍ର ମୁହୂର୍ତ୍ତ ଅବସରରେ ରାଜନୀତିଠୁ ନେଇ ମନରଞ୍ଜନ ଜଗତ ସମେତ ବିଭିନ୍ନ କ୍ଷେତ୍ରରୁ ଅନେକ ବଡ ବଡ ବ୍ୟକ୍ତି ସାମିଲ ହେବେ । ସେହିପରି ପ୍ରସିଦ୍ଧ କଣ୍ଠଶିଳ୍ପୀ କୈଳାଶ ଖୈରଙ୍କୁ ମଧ୍ୟ ଏଥିରେ ସାମିଲ ହେବା ପାଇଁ ନିମନ୍ତ୍ରଣ ମିଳିଛି ।
ଏନେଇ କୈଳାଶ ଖୈର ଏକ ସାକ୍ଷାତକାରରେ କହିଛନ୍ତି କି, ମୋର ସୌଭାଗ୍ୟ କି ମୋତେ ଏହି ଐତିହାସିକ ଭବ୍ୟ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ସୁଯୋଗ ମିଳିଛି । ମୁଁ ସେହି ଦିନ ଅପେକ୍ଷାରେ ରହିଛି ।
ଉଦଘାଟନୀ ଉତ୍ସବ ପାଇଁ କୈଳାଶ ଖୈର ଗୋଟେ ଦୁଇଟା ଗୀତ ପ୍ରସ୍ତୁତ କରିଥିବା ମଧ୍ୟ କହିଛନ୍ତି ।