ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ କୁଇନ୍ କଙ୍ଗନା ରଣାୱତ ତାଙ୍କ ଫିଲ୍ମ ମଣିକର୍ଣ୍ଣିକା ପରେ ଏବେ ସେ ତାଙ୍କର ଆଗାମୀ ଫିଲ୍ମର ପ୍ରସ୍ତୁତିରେ ଖୁବ୍ ବ୍ୟସ୍ତ ଅଛନ୍ତି । ଆଜ୍ଞା ହଁ କଙ୍ଗନା ତାଙ୍କ ଫିଲ୍ମ ପାଇଁ ମୁମ୍ବାଇର ବ୍ରାନ୍ଦ୍ରାରେ କବାଡି ଖେଳ ଅଭ୍ୟାସ କରୁଛନ୍ତି । ସେ ଯେଉଁ ଫିଲ୍ମ ପାଇଁ ଏତେ ପରିଶ୍ରମ କରୁଛନ୍ତି ତାର ଟାଇଟଲ ରହିଛି ‘ପଙ୍ଗା’ । ଡହ ଡହ ଖରାକୁ ଖାତିରି ନକରି ଝାଳ ନାଳ ହୋଇ କଙ୍ଗନା ତାଙ୍କ ଫିଲ୍ମ ପାଇଁ ନିଷ୍ଠାର ସହ କାମ କରୁଥିବା ନଜର ଆସିଛନ୍ତି ।
ସର୍ବଦା ଦେଖିବାକୁ ମିଳିଥାଏ କି କଙ୍ଗନା ତାଙ୍କ କାମ ପାଇଁ ଖୁବ୍ ପରିଶ୍ରମ କରିଥାନ୍ତି । ଏହା ସହିତ ତାଙ୍କ ଫିଲ୍ମ ଗୁଡିକ ମଧ୍ୟ ବକ୍ସ ଅଫିସ୍ ରେ ଖୁବ୍ ଧମାଲ କରିଥାଏ । କଙ୍ଗନାଙ୍କ ଅପକମିଂ ଫିଲ୍ମ ପଙ୍ଗା ର ନିର୍ଦ୍ଦେଶନା ଦାୟିତ୍ୱରେ ଅଶ୍ୱିନୀ ଅୟର ତିୱାରି ଅଛନ୍ତି । ଏହି ଫିଲ୍ମରେ ଜସି ଗିଲ ଏବଂ ନିନା ଗୁପ୍ତା ଭଳି ଷ୍ଟାର ନଜର ଆସିବେ । ଫିଲ୍ମଟି ୨୪ ଜାନୁଆରୀ ୨୦୨୦ ରେ ରିଲିଜ୍ ହେବ ବୋଲି କୁହାଯାଉଛି ।