ମୁମ୍ବାଇ (ଏଟିଆର ବ୍ୟୁରୋ): ଫିଲ୍ମ ‘ଜିରୋ’ରେ ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ସହ କାମ କରିବାକୁ ନେଇ ଭାବୁକ ହୋଇ ପଡିଲେ ଅଭିନେତ୍ରୀ କରିଶ୍ମା କପୁର । ଆଜି ପରଦାରେ ମୁକ୍ତିଲାଭ କରିଛି ବହୁ ପ୍ରତିକ୍ଷିତ ଫିଲ୍ମ ‘ଜିରୋ’ । ଏହି ଫିଲ୍ମରେ କରିଶ୍ମାଙ୍କୁ ଅତିଥି ଭୂମିକାରେ ଦେଖିବାକୁ ମିଳିଛି ।
କରିଶ୍ମା ‘ଜିରୋ’ ସେଟ୍ ରୁ ଶ୍ରୀଦେବୀଙ୍କ ସହ ଏକ ଫଟୋ ସେୟାର କରି କହିଛନ୍ତି କି, ମୋ ପସନ୍ଦର ଅଭିନେତ୍ରୀ ଶ୍ରୀଦେବୀଙ୍କ ସହ କାମ କରିବାର ସୁଯୋଗ ଦେଇଥିବାରୁ ‘ଶାହରୁଖ୍ ଏବଂ ଟିମ୍ ଜିରୋକୁ ଧନ୍ୟବାଦ । ଶ୍ରୀଦେବୀ ତୁମେ ସବୁବେଳେ ମନେ ପଡିବ ।
ଫିଲ୍ମ ‘ଜିରୋ’ଥିଲା ଶ୍ରୀଦେବୀଙ୍କ ଅନ୍ତିମ ଫିଲ୍ମ । ଚଳିତ ବର୍ଷ ଫେବୃଆରୀ ମାସରେ ୫୪ ବର୍ଷ ବୟସରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।
ଆନନ୍ଦ ଏଲ୍ ରାୟ ଫିଲ୍ମ ‘ଜିରୋ’ ର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମରେ ଶାହରୁଖ୍ , ଅନୁଷ୍କା, କ୍ୟାଟ୍ରିନାଙ୍କ ସମେତ ଅନେକ ଦିଗଜ କଳାକାରଙ୍କୁ ଅତିଥି ଭୂମିକାରେ ଦେଖିବାକୁ ମିଳିବ ।