ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):ଆଯୋଧ୍ୟାର ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ଆସନ୍ତା ଜାନୁଆରୀ ୨୨ ରେ ପ୍ରତିଷ୍ଠା ହେବ ପ୍ରଭୁ ରାମଙ୍କ ଭବ୍ୟ ମନ୍ଦିର । ଏନେଇ ଉତ୍ତରପ୍ରଦେଶ ସରକାର ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି ସ୍ୱତନ୍ତ୍ର ମୁହୂର୍ତ୍ତ ଅବସରରେ ରାଜନୀତିଠୁ ନେଇ ମନରଞ୍ଜନ ଜଗତ ସମେତ ବିଭିନ୍ନ କ୍ଷେତ୍ରରୁ ଅନେକ ବଡ ବଡ ବ୍ୟକ୍ତି ସାମିଲ ହେବେ । ସେଥିପାଇଁ ୨ ହଜାରରୁ ଅଧିକ ଅତିଥିକୁ ନିମନ୍ତ୍ରଣ କରାଯାଇଛି ।
ମାତ୍ର ମନ୍ଦିର ପାଇଁ ବର୍ଷ ବର୍ଷ ଧରି ଆନ୍ଦୋଳନ ଚଳାଇଥିବା ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଓ ମନେରାହର ଯୋଶୀ ଏହି ତାଲିକାରୁ ବାଦ୍ ପଡିଛନ୍ତି । ଉଭୟଙ୍କୁ ଏହି ଉତ୍ସବରେ ଯୋଗ ଦେବାକୁ ବାରଣ କରାଯାଇଛି । ବୟାସାଧିକ ହେତୁ ଉଭୟ ବିଭିନ୍ନ ରୋଗରେ ପୀଡିତ ଥିବା ହେତୁ ଉତ୍ସବରେ ଯୋଗ ନଦେବାକୁ ମନ୍ଦିର କତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି ।