ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚାଲିଛି ଶ୍ରାବଣ ମାସ । ଏହି ମାସରେ ପଡୁଥିବା ସମସ୍ତ ପର୍ବର ଖୁବ୍ ମହତ୍ୱ ରହିଛି । ପ୍ରତ୍ୟେକ ମାସରେ ଦୁଇଟି ଏକାଦଶୀ ପଡିଥାଏ । ଶ୍ରାବଣ ଶୁକ୍ଳ ପକ୍ଷ ଏକାଦଶୀକୁ ପୁତ୍ରଦା ଏକାଦଶୀ ବୋଲି କୁହାଯାଏ । ଏହିଦିନ ବିଧିବିଧାନ ସହ ଭଗବାନ ବିଷ୍ଣଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଧାର୍ମିକ ମାନ୍ୟତାନୁସାରେ ଏହି ଏକାଦଶୀ ବ୍ରତ ଦ୍ୱାରା ସନ୍ତାନ ପ୍ରାପ୍ତିର ଫଳ ମିଳିଥାଏ । ଏହି ଦିନ କଥା ଶୁଣିବା ଦ୍ୱାରା ବ୍ୟକ୍ତି ମୋକ୍ଷ ପ୍ରାପ୍ତ କରନ୍ତି । ତେବେ ଆସନ୍ତୁ ଜାଣିବା ପୁତ୍ରଦା ଏକାଦଶୀର ପୌରାଣିକ କଥା..
ଭଦ୍ରାବତୀପୁରୀ ନାମକ ନଗରରେ ଜଣେ ସୁକେତୁମାନ ନାମକ ରାଜା ରାଜ୍ କରୁଥିଲେ । ସନ୍ତାନପ୍ରାପ୍ତି ନହେବା ହେତୁ ରାଜା ଏବଂ ରାଣୀ ଦୁହେଁ ଦୁଃଖିତ ରହୁଥିଲେ । ଉଭୟ ରାଜା-ରାଣୀଙ୍କ ଚିନ୍ତା ଥିଲା କି ମୃତ୍ୟୁପରେ ସେମାନଙ୍କର ଅନ୍ତିମ ସଂସ୍କାର କିଏ କରିବ ।ତଥା ପିତୃପୁରୁଷଙ୍କ ଶ୍ରାଦ୍ଧ କିଏ ଦେବ । ତାଙ୍କ ଆତ୍ମାଙ୍କୁ କିଭଳି ଶାନ୍ତି ମିଳିବ ।
ଏଭଳି କିଛି ଦିନ ଗଲା ପରେ ଥରେ ରାଜା ଶିକାର ପାଇଁ ଜଙ୍ଗଲକୁ ଯାଇଥିଲେ । ଅଚାନକ ତାଙ୍କୁ ବହୁତ ଜୋରେ ଶୋଷ ଲାଗିଲା । ଏହାପରେ ପାଣିର ଏକ ପୋଖରୀ ଦେଖି ସେଠାରେ ପହଁଥିଲେ ରାଜା । ସେଠାରେ ତାଙ୍କୁ ଏକ ଆଶ୍ରମ ଦୃଶ୍ୟମାନ ହେଲା । ପୋଖରୀରୁ ପାଣି ପିଇ ରାଜା ଆଶ୍ରମ ଆଡକୁ ଗଲେ । ସେହି ସମୟରେ ମୁନୀ ଋଷିମାନେ ଆଶ୍ରମରେ ପୂଜାପାଠରେ ଲୀନ ଥାନ୍ତି ।
ଏହାପରେ ସେହି ପୂଜାପାଠ ବିଷୟରେ ଜାଣିବା ପାଇଁ ରାଜା ଆଗ୍ରହ ହୋଇଥିଲେ । ଋଷିମାନେ ରାଜାଙ୍କୁ କହିଲେ କି , ଆଜି ହେଉଛି ପୁତ୍ରଦା ଏକାଦଶୀ । ଏହିଦିନ ଯେଉଁ ବ୍ୟକ୍ତି ବ୍ରତ ବା ପୂଜାପାଠ କରେ ତାର ସନ୍ତାନ ପ୍ରାପ୍ତି ହୋଇଥାଏ । ଏତିକି ଶୁଣି ରାଜା ମନେ ମନେ ପୁତ୍ରଦା ଏକାଦଶୀ ବ୍ରତ ରଖିବାର ପଣ ନେଲେ । ଏହାପରେ ସେଠାରୁ ଫେରି ରାଣୀଙ୍କ ସହ ମିଶି ପୁତ୍ରଦା ଏକାଦଶୀର ବ୍ରତ ରଖିଲେ । ପୁରା ବିଧି ବିଧାନ ସହ ବିଷ୍ଣୁଙ୍କ ବାଲ ଗୋପାଲ ସ୍ୱରୂପକୁ ପୂଜାର୍ଚ୍ଚନା କଲେ ରାଜା । ଏହି ବ୍ରତର ପ୍ରଭାବରେ କିଛି ମାସ ପରେ ତାଙ୍କର ଏକ ପୁତ୍ର ସନ୍ତାନ ପ୍ରାପ୍ତ ହେଲା ।