ଝାରସୁଗୁଡା (ଏଟିଆର ବ୍ୟୁରୋ ) ; ରେଳଧକ୍କାରେ ଚାଲିଗଲା ଦୁଇ ଜୀବନ । ଅସାବଧାନତା ଯୋଗୁ ୫ ବର୍ଷର ଶିଶୁ ସହ ଜଣେ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ । ୫ ବର୍ଷର ଶିଶୁକୁ ବଞ୍ଚାଇବାକୁ ଯାଇ ଧାଇଁଗଲେ ମହିଳା କିନ୍ତୁ ରକ୍ଷା କରିପାରିଲେ ୫ ବର୍ଷର ପିଲାଟିର ଜୀବନ । ବରଂ ଚାଲିଗଲା ଖୋଦ ମହିଳାଙ୍କ ଜୀବନ । ହାୱଡ଼ା-ଅହମ୍ମଦାବାଦ ଏକ୍ସପ୍ରେସରେ କଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଝରସୁଗୁଡା ଜିଲ୍ଲା ବେଲପାହାଡ ରେଳଷ୍ଟେସନ ନିକଟ ନୂଅପଡା ଠାରେ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦୁଃଖର ବାତାବରଣ ସୃଷ୍ଟି ହୋଇଛି । ମୃତ ଦୁଇଜଣ ହେଲେ ଦେବୀ ଗୁପ୍ତା ଏବଂ ନୀଖିଲ । ନୀଖିଲ ବ୍ରଜନଗରରେ ନିଜ ପରିବାର ସହ ରୁହନ୍ତି । ଏକ ଏକଇଶା କାର୍ଯ୍ୟ ଉତ୍ସବ ପାଇଁ ନିଜ ପିତା ମାତା ଙ୍କ ସହ ନୁଆପଡାରେ ଥିବା ଦେବୀ ଗୁପ୍ତାଙ୍କ ଘରକୁ ଆସିଥିଲେ ।
ସୂଚନା ଅନୁସାରେ ନୀଖିଲ ଅସାବଧାନତା କାରଣରୁ ରେଳଧାରଣା ନିକଟତର ହୋଇଯାଇଥିଲେ । ଏହାଦେଖି ଦେବୀ ନୀଖିଲଙ୍କୁ ବଞ୍ଚାଇବାକୁ ଯାଇ ରେଳଧାରଣା ଆଡକୁ ଯାଇଥିଲେ । ହେଲେ ହଠାତ ରେଳ ସେମାନଙ୍କ ପାଖକୁ ଚାଲିଆସି ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଅନ୍ୟପଟେ ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ ଜମିଛି ।
ଅସାବଧାନତା ଯୋଗୁ ଧକ୍କା ଦେଲା ଟ୍ରେନ , ଚାଲିଗଲା ଦୁଇ ଜୀବନ !