ଭୁବନେଶ୍ୱର ( ଏଟିଆର ବ୍ୟୁରୋ ) ; ହେବନି ଏକକ ନିର୍ବାଚନ । ଦେଶରେ ବିଧାନସଭା ଏବଂ ଲୋକସଭା ନିର୍ବାଚନ ଏକାଠି ହୋଇପାରିବନି । ଏଭଳି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର ଓ.ପି ରାୱତ । ଦେଶରେ ଏକାସାଙ୍ଗରେ ନିର୍ବାଚନ କରାଯିବାର କୌଣସି ସମ୍ଭାବନା ନାହିଁ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ମୁଖ୍ୟତଃ ଆଇନ ଅନୁସାରେ ଏକକ ନିର୍ବାଚନ ପ୍ରକିୟା ରେ ବାଧା ଥିବାରୁ ଏବଂ ବୈଷୟିକ ଦୃଷ୍ଟିରୁ ଆବଶ୍ୟକ ସାମଗ୍ରୀ ନଥିବାରୁ ଏକକ ନିର୍ବାଚନ କରିବା ଅସମ୍ଭବ ବୋଲି ଶ୍ରୀ ରାୱତ କହିଛନ୍ତି । ଖାଲି ସେତିକି ନୁହେଁ ଏକକ ନିର୍ବାଚନ କରିବାକୁ ହେଲେ ସମ୍ବିଧାନରେ ସଂଶୋଧନ ଜରୁରୀ ବୋଲି ସେ କହିଛନ୍ତି ।
ଦେଶରେ ଏକକ ନିର୍ବାଚନ ହେଲେ ଏକାସଙ୍ଗେ ୨୪ ଲକ୍ଷ ଇଭିଏମ ଓ ଭିଭିପିଏଟି ଆବଶ୍ୟକ କରୁଥିବା ବେଳେ ସେସବୁ ନିର୍ବାଚନ ଆୟୋଗ ପାଖରେ ଉପଲବ୍ଧ ନାହିଁ । ଯାହାଦ୍ୱାରା ଏକାସାଙ୍ଗେ ନିର୍ବାଚନ କରିବା ଅସମ୍ଭବ ବୋଲି କହିଛନ୍ତି ନିର୍ବାଚନ କମିଶନର । ତେବେ ପୁର୍ବରୁ ପଧାନମନ୍ତ୍ରୀ ଦେଶରେ ଏକକ ନିର୍ବାଚନ କରିବା ପାଇଁ ମନ ବଳାଇଥିଲେ । ଏକକ ନିର୍ବାଚନ କରାଇବା ପାଇଁ ସର୍ବଦଳୀୟ ବୈଠକ ମଧ୍ୟ ଡକାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ର ଡାକରା ମଧ୍ୟ ଦେଇଥିଲେ । ତେବେ ବର୍ତ୍ତମାନ ସ୍ଥିତିରେ ଏକକ ନିର୍ବାଚନ କରାଇବା ସମ୍ଭବ ନୁହେଁ ବୋଲି ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ।
ଏପଟେ ପୁର୍ବରୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏକକ ନିର୍ବାଚନ କୁ ସମର୍ଥନ ଦେଇଥିଲେ । ଗତକିଛି ଦିନ ହେବ ଦେଶରେ ଏକକ ନିର୍ବାଚନ ହେବା ପାଇଁ ଚର୍ଚ୍ଚା ହେଉଥିଲେ ହେଁ ଏବେ ଏହା ସମ୍ଭବ ହୋଇପାରିନାହିଁ । ଅନ୍ୟପଟେ ଚଳିତ ବର୍ଷ ଶେଷଆଡକୁ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଏବଂ ମିଜୋରାମରେ ବିଧାନସଭା ନିର୍ବାଚନ ହେଉଥିବା ବେଳେ ଆସନ୍ତା ବର୍ଷ ଏପ୍ରିଲ – ମେ ମାସରେ ଲୋକସଭା ନିର୍ବାଚନ ହେବ ବୋଲି ଜଣାପଡିଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024