ଭୁବନେଶ୍ୱର ( ଏଟିଆର ବ୍ୟୁରୋ ) ; ସଫଳ ହୋଇଛି ବିମୁଦ୍ରାକରଣ । ଫେରିଆସିଛି ପୁରୁଣା ୫ ଶହ ଓ ୧ ହଜାର ଟଙ୍କିଆ ନୋଟ । ଆରବିଆଇ ଜାରି କଲା ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ବାର୍ଷିକ ରିପୋର୍ଟ । ବଜାରରୁ ଆରବିଆଇକୁ ଫେରିଆସିଛି ୯୯.୩ % ପୁରୁଣା ୫ ଶହ ଓ ୧ ହଜାର ଟଙ୍କିଆ ନୋଟ । ଦେଶରେ କଳାଧନର ବିନାଶଲାଗି ମୋଦି ସରକାର ନେଇଥିଲେ କଠୋର ନିଷ୍ପତି ଯାହାର ପରିଣାମ ସ୍ୱରୁପ ଦେଶରୁ ୯୯.୩ % ପୁରୁଣା ୫ ଶହ ଓ ୧ ହଜାର ଟଙ୍କିଆ ନୋଟ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଫେରିଆସିଥିବା ଜଣା ପଡିଛି । ମାନେ ଦେଶରୁ ୧୫.୩୧ ଲକ୍ଷ କୋଟି ଟଙ୍କା ଏବେ ଯାଏ ବ୍ୟାଙ୍କ ପାଖକୁ ଫେରିଆସିଛି । ଆରବିଆଇ ଜାରି କରିଥିବା ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ବାର୍ଷିକ ରିପୋର୍ଟରେ ଏଭଳି ସୂଚନା ଦେଇଛି ।
ବିମୁଦ୍ରାକରଣ ପୁର୍ବରୁ ଦେଶରେ ୧୫.୪୧ ଲକ୍ଷ କୋଟିର ୫ ଶହ ଓ ୧ ହଜାର ଟଙ୍କିଆ ନୋଟ ଚାଲୁଥିଲା । ତେବେ ବତ୍ତମାନ ସୁଦ୍ଧା ଆରବିଆଇ କୁ ୧୫.୩୧ ଲକ୍ଷ କୋଟି ଟଙ୍କାର ୫ ଶହ ଓ ୧ ହଜାର ଟଙ୍କିଆ ନୋଟ ଫେରିଆସିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସେପଟେ ଆହୁରି ୧୦ ,୭୨୦ କୋଟି ଟଙ୍କାର ୫ ଶହ ଓ ୧ ହଜାର ଟଙ୍କିଆ ନୋଟ ବଜାରରେ ଥିବା ଜଣାଇଛି ଆରବିଆଇ । ଖାଲି ସେତିକି ନୁହୈଁ ବିମୁଦ୍ରାକରଣ ପରେ ଦେଶରେ ନକଲି ନୋଟର କାରବାର କମିଯାଇଥିବା ଆରବିଆଇ ନିଜ ରିପୋର୍ଟରେ ପ୍ରକାଶ କରିଛି ।