ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ମୋମୋ ନେଲା ଜୀବନ । ବ୍ଲ୍ୟ ହ୍ୱେଲ ଗେମ ଠାରୁ ବି ଅଧିକ ମାରାତ୍ମକ ମୋମୋ । ମୋମୋ ଗେମ ଖେଳି ଚାଲିଗଲା ଛାତ୍ରଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଉରକେଲାରେ ରାଉରକେଲାର ରେଲୱେ କଲୋନୀ ଅଂଚଳର ଛାତ୍ର ଚେତନ କୁମାର ଚେନ୍ନାଇ ଯାଇ ସେଠାରେ ଅତ୍ମହତ୍ୟା କରିଥିବା ପୋଲିସ ଦାବି କରିଛି ।
ସୁଚନା ଯୋଗ୍ୟ , ରାଉରକେଲାର ରେଲୱେ କଲୋନୀ ଅଂଚଳର ଛାତ୍ର ଚେତନ କୁମାର ରାଜଧାନୀର ଏକ ଘରୋଇ ଇଞ୍ଜିନିୟରିଙ୍ଗ କଲେଜରେ ପାଠ ପଢନ୍ତି । ସେ ଦିର୍ଘ କିଛି ଦିନ ହେବ ନିଜ ମୋବାଇଲରେ ମୋମୋ ଗେମକୁ ଡାଉନଲୋଡ କରି ଖେଳି ଚାଲିଥିଲେ । ତେବେ ମୋମୋ ଗେମ ତାଙ୍କୁ ଏତେ ପାଗଳ କରିଥିଲା ଯେ ମୋମୋ ଗେମର ସର୍ତ୍ତ ଅନୁସାରେ ଗତ ୨୦ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରରୁ ଟ୍ରେନରେ ଚେନ୍ନଇକୁ ଯାଇଥିଲେ । ଚେନ୍ନାଇ ସେଂଟ୍ରାଲ ଷ୍ଟେସନ ପାଖରେ ରହିଥିବା ସାତ ମହଲା ବିଶିଷ୍ଟ ରାଜୀବ ଗାନ୍ଧି ମୋମୋରିଆଲ ହସ୍ପିଟାଲ କୋଠାରୁ ଡେଇଁ ଆତ୍ମହତ୍ୟା କରିବା ତାଙ୍କ ଟାର୍ଗେଟ ଥିଲା ବୋଲି ଜଣାପଡିଛି । ତେବେ ସେ ୭ ମହଲା ବିଶିଷ୍ଟ କୋଠାକୁ ଚଢି ତଳକୁ ଡେଇଁ ଆତ୍ମହତ୍ୟା କରିଥିବା ପୋଲିସ କହିଛି । ଏହାପରେ ଗତ ୨୨ ତାରିଖ ଦିନ ଚେତନଙ୍କ ପରିବାରକୁ ଚେନ୍ନାଇ ପୋଲିସ ର କଲ ଆସିଥିଲା । ଏଥିରେ ଚେତନ ଆତ୍ମହତ୍ୟା କରିଥିବା ପୋଲିସ ଚେତନର ପରିବାରକୁ ଜଣାଇଥିଲେ । ସେପଟେ ଚେତନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ ସେ ମୃତ୍ୟୁ ବରଣ କରିଥିବା ଡାକ୍ତର କହିଥିଲେ ।