ନିମାପଡା (ଏଟିଆର ବ୍ୟୁରୋ ) ; ଚିକିତ୍ସାଧୀନ ଅବସ୍ଥାରେ କଏଦୀଙ୍କ ମୃତ୍ୟୁ । ପୋଲିସ ବିରୋଧରେ ଅଭିଯୋଗ ଆଣିଲେ ମୃତ କଏଦୀଙ୍କ ସମ୍ପର୍କୀୟ ଭାଇ । ଚିକିତ୍ସାରେ ଅବହେଳା ଓ କଏଦୀଙ୍କ ଅସୁସ୍ଥତା ସମ୍ପର୍କରେ ପୋଲିସ ପରିବାର ଲୋକଙ୍କୁ ନ ଜଣେଇବା କାରଣରୁ କଏଦୀଙ୍କ ଭାଇ ଆଣିଲେ ଅଭିଯୋଗ । ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କଏଦୀଙ୍କର ମୃତ୍ୟୁ ଘଟିଛି। ଅସ୍ଥରଙ୍ଗର ବଳଭଦ୍ରପୁର ଅଞ୍ଚଳରେ ମୃତ କଏଦୀ ମୁନାବର ବିଶ୍ୱାଳଙ୍କ ଘର । ସେ ନିଜ ମା କୁ ହତ୍ୟା କରି ୨୦୧୫ ମସିହା ଠାରୁ ନିମାପଡା ସବ ଜେଲରେ ବନ୍ଦୀ ଜୀବନ କାଟୁଥିଲେ । ତେବେ ଗତକାଲି ରାତିରେ ମୁନାବାରଙ୍କ ପେଟରେ ଭିଷଣ ଯନ୍ତ୍ରଣା ହୋଇଥିଲା । ତାଙ୍କୁ ପ୍ରଥମେ ନିମାପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତିକରାଯାଇଥିଲା । ପରେ ମୁନାବାରଙ୍କ ଚିକିତ୍ସା ଚାଲୁଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି । ସେପଟେ ମୃତ ମୁନାବାରଙ୍କ ସମ୍ପର୍କୀୟ ଭାଇ ପୋଲିସ ବିରୋଧରେ ଆଣିଛନ୍ତି ଅଭିଯୋଗ । ମୁନାବାରଙ୍କ ଦେହ ଖରାପ ଘଟଣା ପରିବାରକୁ କାହିଁକି ପୋଲିସ ଜଣାଇଲାନି ସେ ନେଇ ପ୍ରଶ୍ନ ଉଠାଇଛନ୍ତି ସମ୍ପର୍କୀୟ ଭାଇ ।