କନ୍ଧମାଳ (ଏଟିଆର ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କୋରୋନା ପାଇଁ ପରିସ୍ଥିତି ଅସମ୍ଭାଳ ହେବାକୁ ଲାଗିଛି । ଏହା ପରେ ସମସ୍ତଙ୍କୁ ଆତ୍ମ ନିର୍ଭର ହେବା ପାଇଁ ସରକାର ବି କହିସାରିଛନ୍ତି । ଯାହା ଦ୍ୱାରା ଲୋକମାନେ ନିଜ ନିଜ କାମରେ ବ୍ୟସ୍ତ । ଏବେ କୋରୋନା ବଦଳାଇ ଦେଇଛି ସବୁକିଛି ଏମିତିକି ମଣିଷ ପଣିଆକୁ ମଧ୍ୟ । କୋରନା ମହାମାରୀ ଅତି ଭୟଙ୍କର ସତ । ଏହାର ସଂକ୍ରମଣରୁ ବଞ୍ଚିବା ପାଇଁ ସରକାର ଅନେକ ସଚେତନତା ମୂଳକ ପଦକ୍ଷେପ ମଧ୍ୟ ଗ୍ରହଣ କରିଛନ୍ତି । ଯାହାକୁ ଲୋକମାନେ ମଧ୍ୟ ମାନୁଛନ୍ତି କିନ୍ତୁ ଏହି କୋରୋନା ମହାମାରୀକୁ ଭୟ କରି କିଛି ସ୍ଥାନରେ ଲୋକେ ତାଙ୍କ ମଣିଷ ପଣିଆକୁ ବି ଭୁଲି ଯାଉଛନ୍ତ କିନ୍ତୁ ସମାଜରେ ଏମିତି କିଛି ମଣିଷ ଅଛନ୍ତି ଜିଏ କି ସ୍ୱୟମ ଭଗବାନ । ସେହି ମଣିଷ ମାନଙ୍କ ମଧ୍ୟରୁ ଜଣେ ସଚ୍ଚୋଟ ପୋଲିସ ଅଫିସର କନ୍ଧମାଳ ଜିଲ୍ଲାର ଆଇଆଇସି ଧୀରଜ ଲେଙ୍କା । ଜଣେ ପୋଲିସ ଅଫିସର ହେବା ସହିତ ନିଜ ପେସା ସହିତ ସମାଜରେ ରହୁଥିବା ଅସହାୟ ଲୋକମାନଙ୍କ ସେବା କରିବା ତାଙ୍କର ନିଶା। ସେ କହିଛନ୍ତି କୋଭିଡ-୧୯ ମହାମାରୀ ଏବଂ ଲକ ଡାଉନ ସମୟରୁ ସେ ସମାଜରେ ଦୁର୍ବଳ ଅସହାୟ ଲୋକଙ୍କୁ ସହାୟତା କରିଆସୁଛନ୍ତି । ଏହା ବ୍ୟତୀତ ସେ ସାମାଜିକ ଦୂରତା ବଜାୟ ରଖିବା ଏବଂ ଫେସ୍ ମାସ୍କ ପିନ୍ଧିବା ଉପରେ ଚକପଡା ଅଞ୍ଚଳରେ ସଚେତନତା ସୃଷ୍ଟି କରୁଛନ୍ତି ।
ସେ ଅଭାବି ଓ ଅସହାୟ ଲୋକଙ୍କୁ ନିଜ ହାତରେ ଖାଦ୍ୟ ରାନ୍ଧି ବଣ୍ଟନ କରୁଛନ୍ତି । ଗରିବ ଲୋକମାନଙ୍କୁ ରାସନ ବଣ୍ଟନ କରୁଛନ୍ତି । ଏହି କାର୍ୟ୍ୟରେ ତାଙ୍କ ବନ୍ଧୁ ଏବଂ ସହକର୍ମୀମାନେ ତାଙ୍କୁ ବହୁତ ସାହାଯ୍ୟ କରିଛନ୍ତି ବୋଲି ଆଇଆଇସି ଧୀରଜ ଲେଙ୍କା କହିଛନ୍ତି। ତାଙ୍କ ସାହାଯ୍ୟ କରିବାର ଗୁଣ ସେ ତାଙ୍କ ପିତା ଦେବରାଜ ଲେଙ୍କାଙ୍କ ଠାରୁ ସିଖିଛନ୍ତି । ତାଙ୍କ ବାପା ଜଣେ ଲେଖକ ଓ ସେ ଜଣେ ଉଦାର ମଣିଷ । ତେଣୁ ସେ ତାଙ୍କ ବାପାଙ୍କ ଦ୍ୱାରା ପ୍ରେଣିତ । ଏହି ସଙ୍କଟ ସମୟରେ ଅନେକ ଲୋକେ ତାଙ୍କ ଚାକିରୀ ହରାଇଛନ୍ତି ଜାହା ଦ୍ୱାରା ସେମାନେ ଅନେକ ଅସୁବିଧାର ସାମ୍ନା କରୁଛନ୍ତି । କିଛି ଲୋକେ ଖାଇବାକୁ ମଧ୍ୟ ପାଉନାହାନ୍ତି ତେଣୁ ଏହି ପରିସ୍ଥିତିରେ ନିଜର ରୋଜଗାରରୁ ସେ ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି । ଏହିଭଳି ସଂକଟ ସମୟରେ ମଧ୍ୟ ଧୀରଜ ଗରିବ ଏବଂ ଅଭାବୀ ଲୋକଙ୍କୁ ବିଭିନ୍ନ ଉପାୟରେ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ଯେଉଁମାନେ ଡାକ୍ତରଖାନା ଯିବାକୁ କିମ୍ବା ପୋଲିସ ଷ୍ଟେସନରେ ମାମଲା ରୁଜୁ କରିବାକୁ ସକ୍ଷମ ନୁହଁନ୍ତି ସେମାନଙ୍କୁ ସାହାଯ୍ୟ କରିଛନ୍ତି ଧୀରଜ । ସେ ଗରିବ ଏବଂ ଅସହାୟ ଲୋକଙ୍କୁ ସେବା କରିବା ବ୍ୟତୀତ ପରିବେଶ ସୁରକ୍ଷା ପାଇଁ କାମ କରନ୍ତି । ଜି ଉଦୟଗିରିରେ ପୋଲିସ ଷ୍ଟେସନ ପରିସରରେ ଏକ ପାର୍କ ନିର୍ମାଣରେ ତାଙ୍କର ଅବଦାନ ଉଲ୍ଲେଖନୀୟ। ପୋଲିସ ଷ୍ଟେସନ ଆଗରେ ଖାଲି ପଡିଆ ଦେଖି ସେ ଗଛ ଲଗାଇଥିଲେ ଓ ଉଦ୍ୟାନ ସ୍ଥାପନ କରିଥିଲେ ।
ସେ ୨୦୦୯ରେ ପୋଲିସ ପୋଷ୍ଟରେ ଯୋଗ ଦେଇଥିଲି । ନିଜର ବୃତ୍ତିକୁ ଅତି ସଚ୍ଚୋଟତାର ସହିତ କରୁଛନ୍ତି ଓ ଲୋକଙ୍କୁ ସହାୟତା କରି ସେ ମିନେ ଖୁସି ଅନୁଭବ କରନ୍ତି ବୋଲି କହିଛନ୍ତି । ସେ ତାଙ୍କ ସମସ୍ତ ସମୟ ଉଭୟ ପେଶା ଓ ନିଶାକୁ ଦେଉଛନ୍ତି । ତାଙ୍କ ପରିବାର ମଧ୍ୟ ତାଙ୍କୁ ଏହି କାମରେ ସହାୟତା କରୁଛନ୍ତି । ସେ ଏବେ ସାଜିଛନ୍ତି ଅସହାୟର ସାହାରା । ତାଙ୍କ ପରି ଜଣେ ସଚ୍ଚୋଟ ଓ ଉଦାର ପୋଲିସ ଅଫିସର ସବୁ ସ୍ଥାନରେ ରହିବା ଦରକାର ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024