ଭୁବନେଶ୍ୱର (ଏଟିଆର ବ୍ୟୁରୋ) : ମୃତ ଶରୀରର ହେବନି କରୋନା ପରୀକ୍ଷା । ଏନେଇ ରାଜ୍ୟ ସରକାର ରାଜ୍ୟର ସମସ୍ତ ହସ୍ପିଟାଲକୁ ନିର୍ଦ୍ଦେଶ ନାମା ଜାରି କରିଛନ୍ତି । ଶବ ହସ୍ତାନ୍ତର ହେଉଥିବା ଅହେତୁକ ବିଳମ୍ବକୁ ଏଡାଇବା ସହ ମୃତକଙ୍କ ପରିବାର ଲୋକଙ୍କୁ ହଇରାଣରୁ ରକ୍ଷା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ନିର୍ଦ୍ଦେଶ ନାମା ଜାରି କରାଯାଇଛି ।
ଏହାସହ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ କରୋନା ଜନିତ ଚିକିତ୍ସା ଚାଲିଥିବା ବେଳେ ପ୍ରାଣ ହରାଇଥିବା ରୋଗୀଙ୍କର ସମସ୍ତ ତଥ୍ୟ ୪୮ ଘଣ୍ଟା ମଧ୍ୟରେ ଦାଖଲ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ଖାଲି ସେତି କି ନୁହେଁ ରୋଗୀଙ୍କ ବେଡହେଡ ଟିକେଟ, ବିଭିନ୍ନ ନମୁନା ପରୀକ୍ଷା ରିପୋର୍ଟ , କୋଭିଡ ପରୀକ୍ଷା ରିପୋର୍ଟ ଦାଖଲ କରିବାକୁ ହେବ ।
ସେହିଭଳି ରୋଗୀଙ୍କ ପୂର୍ବରୁ କେଉଁ ପ୍ରକାର ରୋଗ ରହିଥିଲା, ଆଡମିସନ ସମୟରେ ତାଙ୍କୁ କି କି ଲକ୍ଷଣ ରହିଥିଲା ସେ ସମ୍ପର୍କରେ ରାଜ୍ୟସ୍ତରୀୟ କମିଟିକୁ ଜଣାଇବାକୁ ପଡିବ ଓ ସେଥିରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ନାଁ ଓ ଯୋଗାଯୋଗ ନମ୍ପର ରଖିବାକୁ ମଧ୍ୟ ନିର୍ଦ୍ଦେଶ ନାମାରେ କୁହାଯାଇଛି ।
JUST IN
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଭବାନୀପାଟଣା | 26 Apr 2024
-
ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ଶେଷ ଦିନ | 25 Apr 2024