ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୂଜା କରିବା ସମୟରେ ମହିଳାମାନେ ଯେକୌଣସି ବାସନ ବ୍ୟବହାର କରିଦେଇଥାନ୍ତି । କିନ୍ତୁ ପୂଜାରେ ଏଭଳି ବାସନ ବ୍ୟବହାର ଉପଯୋଗୀ ନୁହେଁ ଏବଂ ଦ୍ୱାରା ଅନେକ ଖରାପ ପ୍ରଭାବ ପଡିଥାଏ । ଲୋକେ ତାଙ୍କ ମନ୍ଦିରରେ ପୂଜା ସାମଗ୍ରୀ ରଖିବା ପାଇଁ ଭିନ୍ନ ଭିନ୍ନ ଧାତୁରେ ନିର୍ମିତ ବାସନ ବ୍ୟବହାର କରିଥାନ୍ତି । ହିନ୍ଦୁ ଧର୍ମରେ ପୂଜା କରିବା ସମୟରେ କେଉଁ ସବୁ ବାସନ ଶୁଭ ଏବଂ ଅଶୁଭ ତାହା ବର୍ଣ୍ଣନା କରାଯାଇଛି । ଯାହା ପୂଜା କରିବା ସମୟରେ ଜରୁର ଧ୍ୟାନ ଦେବା ଉଚିତ୍ । ତେବେ ଆସନ୍ତୁ ଜାଣିବା କେଉଁ ବାସନ ପୂଜାରେ ବ୍ୟବହାର କରିବା ଅନୁଚିତ୍ ।
ପୂଜା କରିବା ସମୟରେ ଭୁଲ୍ ରେ ବି ଲୁହା କିମ୍ବା ଆଲୁମିନିୟମ ଧାତୁର ବାସନ ବ୍ୟବହାର କରନ୍ତୁ ନାହିଁ, କାରଣ ଏହି ଧାତୁରେ ନିର୍ମିତ ବାସନକୁ ଅଶୁଭ କୁହାଯାଏ । ସେଥିପାଇଁ ପୂଜା କରିବା ସମୟରେ ସର୍ବଦା ମନ୍ଦିରରେ ସୁନା, ଚାନ୍ଦି, ପିତଳ ଏବଂ ତମ୍ବା ବାସନ ଉପଯୋଗ କରିବା ଉଚିତ୍ । ଏହା ପବିତ୍ର ଏବଂ ଶୁଭ ହୋଇଥାଏ ।