ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ପବିତ୍ର ରଥ ଯାତ୍ରା ଉପଲକ୍ଷେ ପୁରୀ ସମେତ ଦେଶର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଘୋଷଯାତ୍ରା ୂଅନୁଷ୍ଠିତ ହେଉଛି । କେବଳ ରାଜ୍ୟେରେ କହିଁ ଦେଶ ବାହାରେ ମଧ୍ୟ ଘୋଷଯାତ୍ରା ଅନୁଷ୍ଠିତ ହେଉଛି । ସେହିଭଳି ରାଜଧାନୀ ଭୁବନେଶ୍ୱର ଇସ୍କନ ମନ୍ଦିର ପ୍ରାଙ୍ଗଣରେ ଘୋଷ ଯାତ୍ରା ବଡ ଧୁମଧାମରେ ପାଳିତ ହେଉଛି । ସକାଳୁ ଭକ୍ତମାନେ ଏଠାରେ ଏକତ୍ରିତ ହୋଇ ଭଗବାନଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ଉପସ୍ଥିତ ରହିଛନ୍ତି ।
ଏନେଇ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଚିରାଚରିତ ପ୍ରଥା ଅନୁସାରେ ଚତୁର୍ଦ୍ଧା ମୂରତି ରଥରେ ବିଜେ କରିବା ପରେ ଭକ୍ତ ମାନେ ରଥ ଦଉଡି ଟାଣି ଆଠ ନମ୍ଭର ମାଉସୀ ମା ମନ୍ଦିରକୁ ନେଇ ଯିବେ ।
ରାଜଧାନୀରେ ରଥଯାତ୍ରା- ସେହଭଳି କିଟ ପରିସର, ପଟିଆ ଗଡ, ଡମଣା, ଶୈଳଶ୍ରୀ ବିହାର, ରଘୁନାଥ ପୁର, ଗାଡ କଣ ରେ ଣତ ଯାତ୍ରା ଅନୁଷ୍ଠିତ ହେଉଛି ।