ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଲାଞ୍ଚ ନେବା ବେଳେ ଗିରଫ ହେଲେ ପୋଲିସ ଅଧିକାରୀ । ଭିଜିଲାନ୍ସ ହାତରେ ଧରାପଡିଲେ ଜଟଣୀ ଥାନା ଆଇଆଇସି । ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହେଲେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଆଇଆଇସି ସଞ୍ଜୀବ ମହାନ୍ତି । ସ୍ଥାନୀୟ କୁଦିଆରୀ ଗ୍ରାମର ଜଣେ ଯୁବକ ନିଜ ଜମିଜମା ମାମଲାକୁ ନେଇ ଜଟଣୀ ଆଇଆଇସିଙ୍କ ପାଖକୁ ବାରମ୍ବାର ଦୌଡୁଥିଲେ । ତେବେ ଜଟଣୀ ଆଇଆଇସି ତାଙ୍କୁ ତାଙ୍କ କାମ କରାଇଦେବା ବାହାନାରେ ୫୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ପରେ ଉକ୍ତ ଯୁବକ ଜଣକ ଭିଜିଲାନ୍ସକୁ ଏ ସମ୍ପର୍କରେ ଜଣାଇ ଥିଲେ । ପରେ ଜଟଣୀ ଥାନା ପରିସରରେ ଭିଜିଲାନ୍ସ ପହଞ୍ଚି ଜଟଣୀ ଆଇଆଇସି ସଞ୍ଜୀବ ମହାନ୍ତିଙ୍କୁ ଲାଞ୍ଚ ନେଉଥିବା ସମୟରେ ଗିରଫ କରିଥିଲେ ।
ଖାଲି ସେତିକି ନୁହେଁ ଜଟଣୀ ସ୍ଥିତ ଆଇଆଇସିଙ୍କ ବାସଭବନକୁ ମଧ୍ୟ ଭିଜିଲାନ୍ସ ଚଢାଉ କରିଛି । ତେବେ ସଞ୍ଜୀବଙ୍କ ବିରୋଧରେ ପୁର୍ବରୁ ମଧ୍ୟ ବହୁ ଅଭିଯୋଗ ହୋଇଛି । ଆଇଆଇସି ସଞ୍ଜୀବ ମହାନ୍ତି ଙ୍କ ବିରୋଧରେ ପୁର୍ବରୁ ସାଧାରଣ ଲୋକଙ୍କ ଉପରେ ଜୁଲମ ,ନିର୍ଯ୍ୟାତନା ତଥା ଲାଞ୍ଚ ନେବା ଭଳି ସଙ୍ଗିନ ଆଭିଯୋଗ ହୋଇଥିବା ଜଣାପଡିଛି ।