ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଭାରତ ବନ୍ଦ ଡାକରା ଦେଇଛି କଂଗ୍ରେସ । ସବୁଠି ଦେଖିବାକୁ ମିଳିଛି ବନ୍ଦର ପ୍ରଭାବ । ଏପଟେ କ୍ଷତି ସହୁଛି ଦେଶ । ଠପ ହୋଇଛି ବ୍ୟବସାୟ ,ବନ୍ଦ ରହିଛି ସ୍କୁଲ ଏବଂ କଲେଜ । ପୁରା ପ୍ରଭାବିତ ହୋଇଛି କ୍ଷୁଦ୍ର ,ବୃହତ ଶିଳ୍ପ ଏବଂ ଛୋଟ ବଡ ବ୍ୟବସାୟ । କଂଗ୍ରେସର ଭାରତ ବନ୍ଦ ଡାକରାକୁ ସମର୍ଥନ ଦେଇଛନ୍ତି ଦେଶର ୨୧ଟି ଛୋଟ ବଡ ଆଞ୍ଚଳିକ ଦଳ । ବନ୍ଦ ପାଇଁ ଅଣ୍ଟା ଭିଡିଛି ବିରୋଧୀ ଦଳ ।
ବନ୍ଦର ପ୍ରଭାବରେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ସାଧାରଣ ଲୋକେ । ତେବେ କେହି କେହି ଏହି ବନ୍ଦକୁ ପୁରା ଉପଭୋଗ ମଧ୍ୟ କରୁଥିବାର ଦେଖାଯାଉଛି । ସ୍କୁଲ ,କଲେଜ,ସରକାରୀ ଅଫିସ ଛୁଟିଥିବାରୁ ଘରେ ରହିଛନ୍ତି କର୍ମଚାରୀ । ଭାରତ ବନ୍ଦ ଯୋଗୁ ପରିବାର ସହ ଢେର ସମୟ ବିତାଇବାର ସୁଯୋଗ ମିଳିଛି କର୍ମଚାରୀ ମାନଙ୍କୁ ।
କିନ୍ତୁ ସେପଟେ ଆର୍ଥିକସ୍ତରରେ କ୍ଷତି ସହୁଛି ଦେଶ । ଗୋଟିଏ ଦିନ ବନ୍ଦ ହେଲେ ହଜାର ହଜାର କୋଟି ଟଙ୍କା କ୍ଷତି ସହେ ଭାରତ । କିନ୍ତୁ ବନ୍ଦ ଡାକରା ଦେଇଥିବା ଦଳ ବୁଝେନାହିଁ କ୍ଷତିର ପରିମାଣ । ଆଜିର ବନ୍ଦ ଯୋଗୁ ଦେଶରେ କେତେ ପରିମାଣର କ୍ଷତି ସହିବାକୁ ପଡିବ ତାହା ଜଣା ପଡିନଥିବା ବେଳେ ପ୍ରତେକ ବ୍ୟବସାୟ ତଥା ବହୁ ଦିଗରେ କ୍ଷତି ସହିବ ଭାରତ । ସେପଟେ ବନ୍ଦ ପ୍ରଭାବରେ ପାଖାପାଖି ୨୫ ରୁ ୩୦ ହଜାର କୋଟି ଟଙ୍କା କ୍ଷତି ହେବ ବୋଲି ପୁର୍ବାନୁମାନ କରାଯାଇଛି । ବ୍ୟଙ୍କିଙ୍ଗ କ୍ଷେତ୍ର ଘୋର ପଭାବିତ ହେବ । ଏହାସହ ରେଳ ଓ ପରିବହନ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ହେବ । ମୋଟାମୋଟି ଭାବେ କହିବାକୁ ଗଲେ ଭାରତ ଅନେକ ଦିଗରୁ ପ୍ରର୍ଯ୍ୟାପ୍ତ ପରିମାଣରେ ଆର୍ଥିକ କ୍ଷତି ସହିବାକୁ ଯାଉଛି ।