ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦୀର୍ଘ ତିନି ମାସ ଧରି ବନ୍ଦ ଥିବା ଭିତରକନିକା ଜାତୀୟ ଉଦ୍ୟାନ ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲିଛି । ଏନେଇ ବନବିଭାଗ ପକ୍ଷରୁ ସୂଚନା ମିଳିଛି ।
ଏଥର ପର୍ଯ୍ୟଟକମାନେ ଗୁପ୍ତି ଓ ଡାଙ୍ଗମାଳରେ ରାତ୍ରିଯାପନ କରିପାରିବେ । ପର୍ଯ୍ୟଟକମାନେ ସେମାନଙ୍କ ଟିକେଟ ବୁକ୍ କରି ରାତ୍ରିଯାପନ କରିପାରିବେ । ଏଥିପାଇଁ ୱେବସାଇଟ ଖୋଲାଅଛି । କିନ୍ତୁ ପର୍ଯ୍ୟଟକଙ୍କୁ ହବାଳିଖଟିକୁ ବାରଣ କରାଯାଇଛି ।
ସୂଚନାଯୋଗ୍ୟ, କୁମ୍ଭୀର ପ୍ରଜନନ ଋତୁ ପାଇଁ ଦୀର୍ଘ ତିନି ମାସ ଧରି ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିଥିଲା । ଏବେ ଏହା ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି ।