ଭୁବନେଶ୍ୱର,୩ା୨/ଏଟିଆର୍ବ୍ୟୁରୋ: ଜାତୀୟ ହସ୍ତତନ୍ତ ମେଳାରେ ଶନିବାର ଏକ ରାମ୍ପ ସୋ’ ଅନୁଷ୍ଠିତ ହୋଇଯାଇଛି । ବୟନିକା ଏବଂ ଭାରତ ସରକାରଙ୍କ ବସ୍ତ୍ର ନମୁନା ବିକାଶ ସଂସ୍ଥା ବା ଏଟିଡିସି ଆନୁକୂଲ୍ୟରେ ଏହି ସୋ’ ଅନୁଷ୍ଠିତ ହୋଇଥିଲା । ଏଥିରେ ବମ୍ବେ ଏବଂ କୋଲକତାର ମଡେଲ ମାନେ ଓଡିଶାର ହସ୍ତତନ୍ତ ପିନ୍ଧି ରାମ୍ପରେ ସାମିଲ ହୋଇଥିଲେ । ଓଡିଶାର ହସ୍ତତନ୍ତରେ ପାରମ୍ପରିକ ସହ ଆଧୁନିକତାର ସମିଶ୍ରଣ କରି ତାକୁ ଅଧିକ ଲୋକପ୍ରୀୟ ହାସଲ କରିବା ଥିଲା ଏହି ସୋ’ର ମୂଳଲକ୍ଷ୍ୟ । ପ୍ରଥମ ରାଉଣ୍ଡରେ ଜାତୀୟ ପୁରସ୍କାର ପ୍ରାପ୍ତ ଓଡିଶାର ବୁଣାକାର ପ୍ରହ୍ଲାଦ ମେହେରଙ୍କ ଡିଜାଇନ୍କୁ ନେଇ ପ୍ରସ୍ତୁତ ‘ଇକତ୍’ ଶାଢ଼ୀ ପିନ୍ଧି ମଡେଲ ମାନେ ସୋ’ କରିଥିଲେ । ପରେ ପରେ ବମକାଇ ଶାଢ଼ୀ ଏବଂ ଟସର ତଥା ଏରି ଶାଢ଼ୀକୁ ପିନ୍ଧି ମଡେଲମାନେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଏଟିଡିସି ତରଫରୁ ହସ୍ତତନ୍ତରେ ପ୍ରସ୍ତୁତ କରାଯାଇଥିବା ଆଧୁନିକ ଡିଜାଇନ୍ ବସ୍ତ୍ର ୩ଟି ରାଉଣ୍ଡରେ ପ୍ରଦର୍ଶିତ ହୋଇଥିଲା । ହସ୍ତତନ୍ତ ମେଳାରେ ବ୍ୟବସାୟ ଯଥେଷ୍ଟ ବୃଦ୍ଧି ପାଇ ୨ତାରିଖ ସୁଦ୍ଧା ସାଢ଼େ ୬କୋଟି ଟଙ୍କାର ବ୍ୟବସାୟ ହୋଇଥିବା ବେଳେ କେବଳ ବୟନିକାର ବ୍ୟବସାୟ ୧କୋଟି ଟପିଥିବା ଜଣାପଡିଛି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024