ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ମାତିଲେ ବିଜେପି ବିଧାୟକ । ବିଧାନସଭା ଆରମ୍ଭରୁ ଗୃହରେ କମ୍ପିଲେ ବିଜେପି ବିଧାୟକ । ଗୋଟିଏ ମିନିଟ ପାଇଁ ଚାଲିପାରିଲା ପ୍ରଶ୍ନ କାଳ । ପୁଞ୍ଜିନିବେଶ ଓ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗ୍ରସ୍ତକୁ ଟାର୍ଗେଟ କରିଛନ୍ତି ବିରୋଧୀ । ଆଜି ବିଜେପି ବିଧାୟକ ମାନେ ଗୃହ ଆରମ୍ଭ ହେବା ମାତ୍ରେ ଗୃହର ମଧ୍ୟ ଭାଗକୁ ଚାଲିଆସି ପୁଞ୍ଜିନିବେଶ ନାମରେ ଅପପ୍ରଚାର ବନ୍ଦ କରାଯାଉ ବୋଲି ନାରା ଦେଇଥିଲେ । ଏହାସହ ଦିଲ୍ଲୀ ଗ୍ରସ୍ତରେ ଯାଇ ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ କରିଥିଲେ ବିଜେପି ବିଧାୟକ । ଖାଲି ସେତିକି ନୁହେଁ ବିଜେପିର ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ । ଫଳରେ ବାଧ୍ୟ ହୋଇ ବାଚସ୍ପତି ଗୃହକୁ ମୁଲତବି ରଖିଥିଲେ । ତେବେ ଆଜି ପ୍ରଶ୍ନ କାଳ ମାତ୍ର ଏକ ମିନିଟ ଚାଲିପାରିଥିବା ଜଣା ପଡିଛି ।
ସେପଟେ ବିରୋଧୀ ଦଳର କାମକୁ ଦୃଢ ନିନ୍ଦା କରିଛନ୍ତି ବିଜେଡ ିମୁଖପାତ୍ର ସମୀର ଦାସ। ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀରେ ରୋଡ ଶୋ କୁ ବିଜେପି ବିଧାୟକ ମାନେ ବିରୋଧ କରିବା ହାସ୍ୟସ୍ପଦ ବୋଲି ସମୀର କହିଛନ୍ତି । ଗୃହରେ ବିଜେପିର ହଙ୍ଗାମାକୁ ନିନ୍ଦା କରିଛନ୍ତି ବିଜେଡି ମୁଖପାତ୍ର । ପୁର୍ବରୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ , ମୁମ୍ବାଇ ଓ ବାଙ୍ଗାଲୋର ଭଳି ବଡ ସହରକୁ ଯାଇ ମେକ ଇନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ପିଞ୍ଜି ନିବେଶ ମାନଙ୍କୁ ଆକୃଷ୍ଠ କରିପାରିଛନ୍ତି । ଏହି ପ୍ରସଙ୍ଗକୁ ନେଇ ବିଜେପି ବିରୋଧ କରିବା ବିଜେପିର ବିକୃତ ମାନସିକତା ବୋଲି ମୁଖପାତ୍ର ପ୍ରତିକ୍ରିୟା ରେ କହିଛନ୍ତି । ରାଜ୍ୟରେ ପୁଞ୍ଜିନିବେଶ ହେଲେ ଓଡିଶାର ଲୋକମମାନେ ରୋଜଗାରକ୍ଷମ ହେବେ ବୋଲି ସମୀର କହିଛନ୍ତି ।