ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିଠୁ ଭୁବନେଶ୍ୱରରୁ ରାଉରକେଲା ଓ ରାଉରକେଲାରୁ ଭୁବନେଶ୍ୱରକୁ ଆରମ୍ଭ ହୋଇଛି ବିମାନ ସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି ।
ଏହି ସମୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଭିସି ଜରିଆରେ ସାମିଲ ହେବା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ. ପରିବହନ ମନ୍ତ୍ରୀ ଟୁକୁନି ସାହୁ ଓ ମନ୍ତ୍ରୀ ଅଶୋକ ପଣ୍ଡା ଉପସ୍ଥିତ ଥିଲେ ।
ସକାଳ ୧୦ ଟା ୪୫ ରେ ଭୁବନେଶ୍ୱରରୁ ଉଡାଣ ଆରମ୍ଭ କରି ଦିନ ୧୧ ଟା ୪୦ ରେ ପହଁଚିଥିଲା ଆଲାଏନ୍ସ ଏୟାର ବିମାନ ।
ଆସନ୍ତା ୧୨ ତାରିଖରୁ ଦୈନିକ ବିମାନ ଚଳାଚଳ କରିବ । ପ୍ରତିଦିନ ଭୁବନେଶ୍ୱରରୁ ଦିନ ୨ଟା ୫୫ରେ ଛାଡି ରାଉରକେଲାରେ ୩ ଟା ୫୦ ରେ ପହଁଚିବ । ପୁଣି ରାଉରକେଲାରୁ ୪ଟା ୧୫ ରେ ଛାଡି ଭୁବନେଶ୍ୱରରେ ୫ଟା ୧୦ ରେ ପହଁଚିବ । ଏଥିପାଇଁ ଭୁବନେଶ୍ୱରରୁ ରାଉରକେଲା ପାଇଁ ଟିକେଟ ମୂଲ୍ୟ ୨୮୦୩ ଟଙ୍କା ରହିଥିବା ବେଳେ ରାଉରକେଲାରୁ ଭୁବନେଶ୍ୱରକୁ ରହିଛି ୨୭୨୧ ଟଙ୍କା ।