ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ନିମନ୍ତେ ଏକ ବଡ ପ୍ୟାକେଜ ଅନୁମୋଦନ କରିଛନ୍ତି । ନିକଟରେ ୫ଟି ସଚିବ କଟକ ବଡ ମେଡିକାଲ ଗସ୍ତ କରିବା ସହ ଏହାକୁ ବିଶ୍ୱସ୍ତରୀୟ ହସ୍ପିଟାଲରେ ପରିଣତ କରିବା ପାଇଁ ବିଭିନ୍ନ ପ୍ରକଳ୍ପର ଅନୁଧାନ କରି ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିବା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପ୍ରଦାନ କରିଥଲେ । ଏହା ପରେ ମୁଖ୍ୟମନ୍ତ୍ରୀ ସମସ୍ତ ପ୍ରକଳ୍ପର ବ୍ଲୁ- ପ୍ରିଣ୍ଟରେ ଦେଖିସାରିବା ପରେ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ ।
ତେବେ ଏହି ପ୍ରକଳ୍ପ ନିର୍ମାଣ ସମୟରେ ଅନେକ କ୍ୱାଟର , ବାସଗୃହ, ମାର୍କେଟ କମ୍ପେଲେକ୍ସ ଭାଙ୍ଗି ଯାଉଥିବାରୁ ବେଳେ କ୍ଷତିଗ୍ରସ୍ତ ଲୋକଙ୍କ ଥଇଥାନ ଓ ସହାୟତା ନିମନ୍ତେ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଥଇଥାନରେ ସ୍ଥାୟୀ ଘର, ଦୋକାନ, ଅନଧିକୃତ ଘର, ଉଠାଦୋକାନୀଙ୍କ ପାଇଁ ପ୍ୟାକେଜ ଘୋଷଣା କରାଯାଇଛି। ସରକାର ଅନୁମୋଦିତ ପ୍ରକ୍ରିୟାରେ ଜମି ମାଲିକଙ୍କ ଠାରୁ ଜମି ଅଧିଗ୍ରହଣ କରିବେ । ରାଜ୍ୟ ସରକାରଙ୍କ କ୍ଷତିପୂରଣ ଆଇନ ଅନୁସାରେ ମିଳିବ କ୍ଷତିପୂରଣ ବୋଲି ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ, ଜମି, ବାସହରା ପରିବାରକୁ ଜରୁରୀ ବ୍ୟବସ୍ଥା ପାଇଁ ୧ଲକ୍ଷ ସହାୟତା ମିଳିବ। ଅନଧିକୃତ ବାସଗୃହ କ୍ଷତିଗ୍ରସ୍ତଙ୍କ ପାଇଁ ଏକକାଳୀନ ମିଳିବ ୫୦ ହଜାର ।
ସିଏମସି ଅଞ୍ଚଳରେ ପ୍ରତି ପରିବାର ପାଇଁ ଅସ୍ଥାୟୀ ବାସଗୃହ ପାଇଁ ଲାଇସେନ୍ସ କରାଯିବ । ଅସ୍ଥାୟୀ ଆବାସସ୍ଥଳୀରେ ୮ ଦିନ ପର୍ୟ୍ୟନ୍ତ ସେମାନଙ୍କୁ ଖାଇବାକୁ ଦିଆଯିବ । ସ୍ଥାନାନ୍ତରିତ ଲୋକଙ୍କ ପାଇଁ ପରିବହନ ବ୍ୟବସ୍ଥା କରାଯିବ । ତେବେ କ୍ଷତିଗ୍ରସ୍ତଙ୍କୁ ଏହି ସହାୟତା ୨କିସ୍ତିରେ ପ୍ରଦାନ କରାଯିବ ।ଅନଧିକୃତ ଦୋକାନ ଘର ପାଇଁ ୩୦ ହଜାର ଟଙ୍କା ଓ ଉଠାଦୋକାନୀଙ୍କୁ ମିଳିବ ୨୦ ହଜାର ସହାୟତା ଦିଆଯିବ ।