ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରାୟତଃ ଅନେକ ଲୋକଙ୍କର ସକାଳର ଆରମ୍ଭ କପେ ଚା’ରୁ ହୋଇଥାଏ । ସେ ଖୀର ଚା’ ହେଉ ଅବା କଳା ଚା’ । ଯେଉଁଭଳି ଭାବେ କଳା ଚା’ ସ୍ୱାସ୍ଥ୍ୟ ପାଇଁ ହିତକର ଠିକ୍ ସେହିଭଳି ପାନ ମଧୁରୀ ଚା’ ମଧ୍ୟ ଖୁବ୍ ଗୁଣକାରୀ । ତେବେ ଆସନ୍ତୁ ଜାଣିବା ପାନ ମଧୁରୀ ଚା’ର ଫାଇଦା ବିଷୟରେ..
୧- ଆଜିକାଲି ପ୍ରାୟତଃ ଅନେକ ଲୋକଙ୍କର ଏସିଡିଟି ସମସ୍ୟା ଦେଖିବାକୁ ମିଳୁଛି । ଯଦି ଆପଣ ପାନ ମଧୁରୀ ଚା’ ପିଇବେ ତାହାଲେ ଏହି ସମସ୍ୟା ଦୂର ହୋଇଯିବ ।
୨- ପାନ ମଧୁରୀ ଚା’ ପିଇବା ଦ୍ୱାରା ପେଟ ସଫା ହୋଇଯାଏ ଫଳରେ କୋଷ୍ଟକାଠିନ୍ୟ ହେବାର ଭୟ ନଥାଏ ।
୩- ଖଟା ହେକୁଡି କିମ୍ବା ପେଟ ଜଳା ପୋଡା କୁ ଦୂର କରିବାରେ ଲାଭଦାୟକ ହୁଏ ପାନ ମଧୁରୀ ଚା’ ।
୪- ଖାଦ୍ୟ ହଜମ କରିବାରେ ସହାୟକ ହୋଇଥାଏ ପାନ ମଧୁରୀ ଚା’ ।