ଭୁବନେଶ୍ୱର, (ଏଟିଆର ବ୍ୟୁରୋ): ଡାକ୍ତରାଣୀଙ୍କ ସନ୍ଦେହଜନକ ମୃତ୍ୟୁ । ପଟିଆ ଶ୍ରୀବିହାର ଅଞ୍ଚଳରେ ଭଡ଼ାରେ ରହୁଥିବା ଡାକ୍ତରାଣୀଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ ।
ତେବେ କେମିତି ଓ କାହିଁକି ତାଙ୍କ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ମୃତଦେହକୁ ଜବତ କରି ଘଟଣାର ଖୋଳତାଡ ଆରମ୍ଭ କରିଛି । ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ସତ ଜଣାପଡିବ ବୋଲି ପୁଲିସ କହିଛି । ମୃତ ଡାକ୍ତରାଣୀଙ୍କ ନାଁ ମନଶ୍ୱନୀ ବାରିକ ଓ ସେ କେୟାର ହସପିଟାଲରେ କାମ କରୁଥିଲେ ବୋଲି ସୂଚନା ମିଳିଛି ।
ଆଜି ସକାଳେ ମନଶ୍ୱନୀଙ୍କ ମୃତଦେହ ସେ ରହୁଥିବା ଭଡ଼ା ଘରେ(ପ୍ଲଟନମ୍ବର ୭୩୪/୧୬୬୪) ମିଳିଥିବା ଜଣାପଡିବା ପରେ ପୁଲିସ ମୃତଦେହକୁ ଜବତ କରି କ୍ୟାପିଟାଲ ହସପିଟାଲ ପଠାଇଛି ।