ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡିଶାର ମୋଟ ୧୭ ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି କହିଛି ପାଣିପାଗ ବିଭାଗ । ସେଥିପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଛି ଭୁବନେଶ୍ୱର ପାଣିପାଗ ବିଭାଗ । ତେବେ ୧୭ ଟି ଜିଲ୍ଲା ମାନଙ୍କ ମଧ୍ୟରେ କେନ୍ଦ୍ରାପଡା,ଖୋର୍ଦ୍ଧା,ଜଗତସିଂହପୁର,ଭଦ୍ରକ, ବାଲେଶ୍ୱର,ଯାଜପୁର,ପୁରୀ, କଟକ, ନୟାଗଡ,ଗଜପତି,କେନ୍ଦୁଝର, ମୟୁରଭଂଜ,ସମ୍ବଲପୁର, ସୁନ୍ଦରଗଡ, କୋରାପୁଟ ଓ ମାଲକାନଗିରି ରହିଛି । ସେପଟେ ଆସନ୍ତା ୧୮ ତାରିଖରେ ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ହେବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି । ତେବେ ଲଘୁଚାପ ପରେ ପରେ ଅର୍ଥାତ ଆସନ୍ତା ୨୦ ତାରିଖରେ ଏହା ଅବପାତର ରୂପ ନେବ ବୋଲି ଜଣା ପଡିଛି ।
ଲଘୁଚାପର ପ୍ରଭାବରେ ୧୯ ତାରିଖ ରାତିରୁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇ ୨୧ ତାରିଖ ରାତିଯାଏ ବର୍ଷିବ।ତେବେ ୨୦ ତାରିଖରେ ରାଜ୍ୟର କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଗଜପତି, ରାୟଗଡ଼ା ଭଳି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହିତ ଖୋର୍ଦ୍ଧା, ନୟାଗଡ଼, ପୁରୀରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ଜଣାପଡିଛି । ଏହାପରେ ଆସନ୍ତା ୨୨ ତାରିଖରେ ଲଘୁଚାପ ଦୁର୍ବଳ ହେବା ସହ ବର୍ଷାର ପ୍ରକୋପ କମିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।